Advertisment

ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୬ ସହର

କନ୍ଧମାଳ ଜି. ଉଦୟଗିରିରେ ୫ ଡିଗ୍ରୀ ତଳକୁ ଖସିଛି ପାରଦ।

Cold Wave

Cold Wave

Advertisment

ଶୀତରେ ଥରୁଛି ପୂରା ଓଡ଼ିଶା। ହାଡଭଙ୍ଗା ଶୀତ ସାଙ୍ଗକୁ କାଲୁଆ ପବନ, ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଦିନ ୧୦ଟା ଯାଏଁ ବି ପ୍ରବଳ ଶୀତ ଅନୁଭବ ହେଉଛି। କନ୍ଧମାଳ ଠାରୁ ଆରମ୍ଭ କରି ଫୁଲବାଣୀ, ଅନୁଗୁଳ, ରାଉରକେଳା ସବୁଠି ଥଣ୍ଡାର ଥାର୍ଡ ଡିଗ୍ରୀ ଜାରି ରହିଛି। ପାରଦ ତଳକୁ ଖସିବା ସହ ଓଡ଼ିଶାର ୧୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି।

Advertisment

କନ୍ଧମାଳ ଜି. ଉଦୟଗିରିରେ ୫ ଡିଗ୍ରୀ ତଳକୁ ଖସିଛି ପାରଦ। ଆଜି ଜି.ଉଦୟଗିରିରେ ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଫୁଲବାଣୀରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଶିମିଳିଗୁଡାରେ ୫.୬, କିରେଇ ୭.୧ ଡିଗ୍ରୀ, କୋରାପୁଟ ୭.୭ ଡିଗ୍ରୀ, କେନ୍ଦୁଝର ୭.୮ ଡିଗ୍ରୀ, ଦାରିଙ୍ଗବାଡି ୮ ଡିଗ୍ରୀ, ଅନୁଗୁଳ ୮.୬ ଡିଗ୍ରୀ, ଭବାନୀପାଟଣା ୮.୬ ଡିଗ୍ରୀ, ରାଉରକେଲା ୮.୭ ଡିଗ୍ରୀ ରହିଛି।

ଅନ୍ୟପଟେ ସୁନ୍ଦରଗଡ ୯ ଡିଗ୍ରୀ, ନବରଙ୍ଗପୁର ୯ ଡିଗ୍ରୀ, ସୋନପୁର ୯.୩ ଡିଗ୍ରୀ, ଝାରସୁଗୁଡା ୯.୪ ଡିଗ୍ରୀ, ରାଣୀତାଲ ୯.୪ ଡିଗ୍ରୀ ଓ ଚିପିଲିମାରେ ପାରଦ ୯.୮ ଡିଗ୍ରୀ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Advertisment

ତେବେ ଆଜିଠୁ ଶୀତ କମିବା ସହ କୁହୁଡ଼ି ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଏବଂ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ସେଥିପାଇଁ ୨୩ ତାରିଖରେ ୧୦ ଜିଲ୍ଲା ଏବଂ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Cold Wave Winter Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe