Advertisment

ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ, ଆଜି ୧୨ଟା ସୁଦ୍ଧା ଦୀଘା ଛାଡ଼

ତୁରନ୍ତ ଦୀଘା ଛାଡ଼ିବାକୁ ପଶ୍ଚିମବଙ୍ଗ ସରକାର ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବଙ୍ଗ ପ୍ରଶାସନ।

author-image
Niharika Rout
Tourist In Digha

Tourist In Digha

ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଜିରୋ କାଜିଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର। ଏହା ଓଡ଼ିଶାର ପୁରୀରୁ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ଅତିକ୍ରମ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Advertisment

ଏହି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ପଶ୍ଚିମବଙ୍ଗ ସରକାର ବି ସମାନ ନୀତି ଆପଣାଇଛନ୍ତି। ତୁରନ୍ତ ଦୀଘା ଛାଡ଼ିବାକୁ ପଶ୍ଚିମବଙ୍ଗ ସରକାର ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବଙ୍ଗ ପ୍ରଶାସନ। ଏଥିସହ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀଘାର କୌଣସି ହୋଟେଲ ନୂଆ ବୁକିଂ କରିପାରିବେନି ବୋଲି ବି କୁହାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ପର୍ଯ୍ୟଟକମାନେ ହୋଟେଲ ଖାଲି କରୁଥିବା ଓ ଦୀଘା ଛାଡ଼ୁଥିବା ଦେଖିବାକୁ ମିଳିଛି ।

Advertisment

ଓଡ଼ିଶା ସୀମାନ୍ତ ଦୀଘା ବେଳାଭୂମି ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏପରି ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି। ଏହା ଲ୍ୟାଣ୍ଡଫଲ୍‌ କଲେ ପବନର ବେଗ ବଢ଼ିବା ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ତା’ ପୂର୍ବରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି।

Odisha Weather Condiction Cyclone Dana