Advertisment

କେବେ ବଦଳିବ ପାଗ?

ଗୁରୁଚାପ ବଳୟର ସକ୍ରିୟତା ଆଜି ଓ ଆସନ୍ତାକାଲି ଯଥେଷ୍ଟ ଅଧିକ ରହିବ ବୋଲି ଅନୁମାନ କରାଯାଇଛି।

ଅଦ୍ୟତନ ହୋଇଛି
weather

weather

Advertisment

ଗତ କିଛି ଦିନ ହେଲା ରାଜ୍ୟରେ ପାଗ ବହୁତ ଖରାପ ଅଛି। ଦିନ ତମାମ ମେଘୁଅ ପାଗ ରହୁଛି। ସେହିପରି ଅନେକ ସ୍ଥାନରେ ବର୍ଷା ହେଉଛି। ଲଗାତାର ଏହିଭଳି ପାଗ ରହୁଥିବାରୁ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆହୁରି ଦୁଇ ଦିନ ଏଭଳି ସ୍ଥିତିରେ ରହିବାକୁ ହେବ। ୨୬ ତାରିଖରେ ପାଗ ପୂରା ବଦଳିଯିବ।

Advertisment

ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତକାଲି ଦକ୍ଷିଣ ଛତିଶଗଡ଼ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଥିଲା। ତା’ ସହିତ ଗତ କିଛି ଦିନ ହେଲା ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳରେ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହି ଗୁରୁଚାପ ବଳୟର ସକ୍ରିୟତା ଆଜି ଓ ଆସନ୍ତାକାଲି ଯଥେଷ୍ଟ ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ପାର୍ଶ୍ୱବର୍ତ୍ତୀ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ବର୍ଷା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା- ବରଗଡ଼,ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ସୋନପୁର ଆଦି ଅଞ୍ଚଳରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଏହି ବର୍ଷାର ମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ଆସନ୍ତାକାଲି ମଧ୍ୟ ବର୍ଷା ରହିବ। ୨୫ ତାରିଖ ବେଳକୁ ଓଡ଼ିଶାରୁ ବର୍ଷାର ମାତ୍ରା କମିବ। ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ୨୬ ତାରିଖଠାରୁ ପାଗ ସମ୍ପୂର୍ଣ୍ଣ ଭାବେ ବଦଳିବ।

ଗତ କିଛି ଦିନ ଧରି କୋହଲା ପାଗ ଲାଗି ରହିଛି। ତେବେ ଗୁରୁଚାପ ବଳୟର ସକ୍ରିୟା କମିବା ସହିତ ୨୫ ତାରିଖରୁ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

Advertisment

ସେ କହିଛନ୍ତି, ଆଗାମୀ ଦୁଇ ଦିନରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ସମୟରେ ରାତ୍ରି ତାପମାତ୍ରା ପ୍ରାୟ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ରହୁଛି। କିନ୍ତୁ ଦିନ ଓ ରାତି ତାପମାତ୍ରା ମଧ୍ୟରେ ଯେଉଁ ତାରତମ୍ୟ ରହିବା କଥା, ତାହା ଯଥେଷ୍ଟ କମ୍ ରହୁଥିବାରୁ ଦିନ ତମାମ ଥଣ୍ଡା ଅନୁଭୂତ ହେଉଛି। ତେବେ ୨୫ ତାରିଖ ପରେ ରାତ୍ରି ତାପମାତ୍ରା ଟିକେ ତଳକୁ ଖସିବ। ଉତ୍ତର ଦିଗରୁ ଥଣ୍ଡାଶୁଷ୍କ ବାୟୁ ପ୍ରବାହିତ ହେବ। ଅର୍ଥାତ୍ ଶୀତ ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି। କିନ୍ତୁ ଦିନ ତାପମାତ୍ରାରେ ବୃଦ୍ଧି ଘଟିବାକୁ ଥିବାରୁ ଆଉ ଦିନ ବେଳେ ଥଣ୍ଡା ଲାଗିବ ନାହିଁ।

Weather News Weather Forecast Weather Report Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe