Advertisment

କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’? ଜାଣନ୍ତୁ, ଏହା ପଛର କାରଣ

ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ସାଢେ ୮ ଘଣ୍ଟା ଚାଲିଥିଲା ।

ଅଦ୍ୟତନ ହୋଇଛି
Dana

Dana

Advertisment

ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।

Advertisment

ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ସାଢେ ୮ ଘଣ୍ଟା ଚାଲିଥିଲା ।କାରଣ ଗତ ରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ସକାଳ ସାଢେ ୮ଟାରେ ସରିଥିଲା ଏହି ପ୍ରକ୍ରିୟା।

ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ବା ଗୁରୁଚାପ ବାତ୍ୟାକୁ ଶକ୍ତିହୀନ କରିଦେଇଥିଲା। ଫଳରେ ଲ୍ୟାଣ୍ଡଫଲ ବେଳକୁ ଏହା ଦୁର୍ବଳ ଏବଂ ଅସଙ୍ଗଠିତ ଅବସ୍ଥାରେ ସ୍ଥଳଭାଗରେ ପ୍ରବେଶ କରିଦେଇଥିଲା।

Advertisment

୨୩ ତାରିଖ ପର୍ଯ୍ୟନ୍ତ ବାତ୍ୟା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନୁକୂଳ ପରିବେଶରେ ଥିଲା। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିଲା। ଏହା ପରେ ଯେତେବେଳେ ପଶ୍ଚିମ ବଙ୍ଗୋପ ସାଗରକୁ ଆସିଲା ସେତେବେଳେ ବିପରୀତ ଏବଂ ପ୍ରତିକୂଳ ପରିବଶର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ପଶ୍ଚିମରେ ସୃଷ୍ଟି ହୋଇଥିବା ଗୁରୁଚାପ କ୍ଷେତ୍ର ଯୋଗୁ ଉତ୍ତର ପଶ୍ଚିମ ବାୟୁ ଏହା ମଧ୍ୟକୁ ପ୍ରବେଶ କରିଥିଲା।

ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ତାତି ବାୟୁ ପ୍ରବେଶ କରିବା ଫଳରେ ଶେଷ ୨୪ ଘଣ୍ଟ ଧରି ଏହା ଦୁର୍ବଳ ହେବାରେ ଲାଗିଥିଲା। ସେହିଭଳି ପୂର୍ବ ଦିଗରେ ମ୍ୟାଁମାର ପଟୁ ସୃଷ୍ଟି ହୋଇଥିବା ଗୁରୁଚାପ କ୍ଷେତ୍ର ମଧ୍ୟ ଏହାର ଗତିପଥରେ ବାଧା ସୃଷ୍ଟି କରିଥିଲା। ଫଳରେ ଦୁଇ ଗୁରୁଚାପ ମଧ୍ୟରେ ଚାପି ହୋଇଯାଇଥିଲା ପଶ୍ଚିମ ବଙ୍ଗୋପସାଗରରେ ଉପକୂଳ ମୁହାଁ ହେଉଥିବା ବାତ୍ୟା ଦାନା।

ତେଣୁ ସ୍ଥଳଭାଗକୁ ଏହା ଶକ୍ତିଶାଳୀ ହୋଇ ପ୍ରବେଶ କରିପାରିଲାନି। ବାତ୍ୟା ମଧ୍ୟ ସଠିକ ଭାବେ ସଙ୍ଗଠିତ ହୋଇପାରିଲାନି। ଫଳରେ ସମ୍ଭବତ ଏହାର ପ୍ରକୋପ କମିବା ସହ ବର୍ଷାର ବିସ୍ତୃତି ମଧ୍ୟ ହ୍ରାସ ପାଇଥିଲା। ଏଥିପାଇଁ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା ।

 ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଆମ ପୂର୍ବାନୁମାନ ପ୍ରାୟତଃ ଠିକ୍‌ ରହିଛି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେତେବେଳେ ପବନର ବେଗ କେତେ ରହିବ ସେ ନେଇ ଆମ ଆକଳନ ଠିକ୍‌ ରହିଛି। ମାତ୍ର ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ଚାପି ହୋଇଯିବା ଯୋଗୁ ଏହା ଶକ୍ତିଶାଳୀ ହୋଇ ପାରିଲାନି। ଫଳରେ ଏହାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଅଧିକ ସମୟ ଚାଲିଲା। ଏଥିସହ କେବଳ ଲ୍ୟାଣ୍ଡଫଲ୍‌ କରିବା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ବର୍ଷାର ପରିମାଣ କମ୍‌ ରହିଲା।

ମୁଖ୍ୟତଃ ବାତ୍ୟା ଶକ୍ତିଶାଳୀ ହେଲେ ହିଁ ତାହାର ଆଖି ଦୃଶ୍ୟମାନ ହୋଇଥାଏ। ମାତ୍ର ‘ଦାନା’ ଦୁର୍ବଳ ହୋଇ ପଡ଼ିବାରୁ ତାହାର ଆଖି ବାହାରି ନ ଥିଲା। ଦୁର୍ବଳ ବାତ୍ୟା ସମ୍ପର୍କରେ ପୁର୍ବାନୁମାନ କରିବା ଅଧିକ କଷ୍ଟକର ବୋଲି କହିଛନ୍ତି ଉମାଶଙ୍କର ଦାସ ।

ସଦ୍ୟ ରିପୋର୍ଟ ଅନୁଯାୟୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ କେଉଁ ସ୍ଥାନରେ କାଁଭାଁ ବର୍ଷା ହୋଇଥିବା ଜଣାଯାଇଛି। ମୁଖ୍ୟତଃ ବାତ୍ୟାଟି ଦୁର୍ବଳ ହୋଇପଡ଼ିବାରୁ ଏହାର କେନ୍ଦ୍ରସ୍ଥଳ ଆଖପାଖ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ବର୍ଷା ହୋଇ ନ ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ।

Cyclone Update Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe