Advertisment

ବାତ୍ୟା ଗଲା, ଆସୁଛି ଶୀତ

ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବ। ତେବେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବ।

Winter

Winter

Advertisment

ବାତ୍ୟାରେ ଅସ୍ତବ୍ୟସ୍ତ ହୋଇଥିଲା ଜୀବନ ଯାତ୍ରା। ଭିଜିଥିଲା ଚାଷୀର ବର୍ଷକର ପରିଶ୍ରମ। ନିର୍ଦ୍ଧାରିତ ସମୟରେ ଫେରିଗଲା ବାତ୍ୟା। ଏବେ ଆସୁଛି ଶୀତ। ଆଗାମୀ ଦୁଇର ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆକାଶରୁ ବାଦଲ ହଟିବାରେ ଲାଗିଛି। ତେଣୁ ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବ। ତେବେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବ। ଅର୍ଥାତ ଶୀତ ବଢ଼ିବ। ତେବେ ବର୍ତ୍ତମାନ ଯେଉଁ ଅଞ୍ଚଳର ତାପମାତ୍ରା ସ୍ୱଭାବିକଠାରୁ ଅଧିକ ରହିଛି, ତାହା ଧୀରେ ଧୀରେ ସ୍ୱଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସର୍ବାଧିକ ବର୍ଷା ରାୟଗଡ଼ାରେ ରେକର୍ଡ କରାଯାଇଛି। ସେଠାରେ ୬ ମିଲିମିଟର ବର୍ଷା ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା କେ.ନୂଆଗାଁଠାରେ ୨.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

Winter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe