ସମ୍ପୂର୍ଣ୍ଣ ଭାବେ ବିଦାୟ ନେଲା ମୌସୁମୀ। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସୂଚନା ଦେଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ପାଣିପାଗ ବିଜ୍ଞାନୀ ଡକ୍ଟର ଏଚ୍.ଆର୍ ବିଶ୍ୱାସଙ୍କ କହିବା ଅନୁସାରେ ଆଗାମୀ ୪ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବା ନାହିଁ। ତେବେ କେତେକ ସ୍ଥାନରେ ଦିନର ତାପମାତ୍ରା ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ରହିବ। ଭୁବନେଶ୍ୱର ଆକାଶ ଆଂଶିକ ମେଘୁଆ ରହିବ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ରାଜ୍ୟର ତାପମାତ୍ରା ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିଲା। ଅନୁଗୋଳରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୩୬.୭ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଥିଲା।
ସମ୍ପୂର୍ଣ୍ଣ ଭାବେ ବିଦାୟ ନେଲା #ମୌସୁମୀ!!
— Meteorological Centre, Bhubaneswar (@mcbbsr) October 13, 2023
ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି l pic.twitter.com/xd93JaifWf
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।