Monsoon
ସମ୍ପୂର୍ଣ୍ଣ ଭାବେ ବିଦାୟ ନେଲା ମୌସୁମୀ। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସୂଚନା ଦେଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ପାଣିପାଗ ବିଜ୍ଞାନୀ ଡକ୍ଟର ଏଚ୍.ଆର୍ ବିଶ୍ୱାସଙ୍କ କହିବା ଅନୁସାରେ ଆଗାମୀ ୪ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବା ନାହିଁ। ତେବେ କେତେକ ସ୍ଥାନରେ ଦିନର ତାପମାତ୍ରା ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ରହିବ। ଭୁବନେଶ୍ୱର ଆକାଶ ଆଂଶିକ ମେଘୁଆ ରହିବ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ରାଜ୍ୟର ତାପମାତ୍ରା ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିଲା। ଅନୁଗୋଳରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୩୬.୭ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Monsoon_1697199231.jpg)