Advertisment

୨୪ ଘଣ୍ଟା ଭିତରେ କଟକ ସହରରୁ ହୋଡିଂ ଓ ବାଉଁଶ ଗେଟ୍‌ ହଟାଇ

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ସହର ସମସ୍ୟା ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସହରରୁ ହୋଡିଂ ଓ ବାଉଁଶ ଗେଟ ୨୪ ଘଣ୍ଟା ଭିତରେ ହଟାଇବାକୁ କଟକ ଡିସିପି, ଜିଲ୍ଲାପାଳ ଓ CMC କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Manoranjan Sial
undefined

High Court

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ସହର ସମସ୍ୟା ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସହରରୁ ହୋଡିଂ ଓ ବାଉଁଶ ଗେଟ ୨୪ ଘଣ୍ଟା ଭିତରେ ହଟାଇବାକୁ କଟକ ଡିସିପି, ଜିଲ୍ଲାପାଳ ଓ CMC କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପୂଜା ମଣ୍ଡପରୁ ଗେଟ ହଟିବ ନାହିଁ, ସେମାନଙ୍କୁ ଆସନ୍ତା ବର୍ଷକୁ ଗେଟ କରିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କୋର୍ଟ ରୋକଠୋକ ଶୁଣାଇଛନ୍ତି। ଏହାସହ ରିଂ ବନ୍ଧ ଓ ଅନ୍ୟାନ୍ୟ ସ୍ଥାନରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗଛ କାଟିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

Advertisment

ଅନ୍ୟପଟେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। କଳାବଜାରୀ ରୋକିବା ପାଇଁ ପୁଲିସକୁ ସାଦା ପୋଷାକରେ ନିୟୋଜିତ କରିବାକୁ କୋର୍ଟ କହିଛନ୍ତି। ଏହାଛଡା ସହରରୁ ଜଳ ନିଷ୍କାସନ ପାଇଁ ପମ୍ପସେଟ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Cuttack High Court Cyclone Dana