/odisha-reporter/media/post_attachments/uploadimage/library/16_9/16_9_0/Rain_1734695936.jpg)
Rain
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହେବା ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ତା’ପରବର୍ତ୍ତୀ ୨୪ ଘଣ୍ଟା ଯାଏ ସେହି ଅବପାତ ହୋଇ ରହିବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲି ବା ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନ ସହିତ ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ସବୁ ସ୍ଥାନରେ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। ୨୨ ତାରିଖ ସକାଳ ସାଢ଼େ ୮ଟାରୁ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ।
Warning for the State.
Day-1 : Heavy Rainfall Warning
Day-2 to Day-5 : No Warning #Odisha#weatherforecast#warningpic.twitter.com/xZ8lj7pPQB— Meteorological Centre, Bhubaneswar (@mcbbsr) December 20, 2024
ସେହିପରି ଆଗାମୀ ୩ ଦିନରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତା’ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ୨-୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଜି ସୁନ୍ଦରଗଡ଼ ଓ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଝାରସୁଗୁଡ଼ା, ବୌଦ୍ଧ ଓ ଜଗତସିଂହପୁରରେ ୧୪, ବାରିପଦା, ନୂଆପଡ଼ା, ଫୁଲବାଣୀ ଓ କୋରାପୁଟରେ ୧୫, କେନ୍ଦୁଝର ଓ ଅନୁଗୋଳରେ ୧୬, ଭଦ୍ରକ, କେନ୍ଦ୍ରାପଡ଼ା, ଦେବଗଡ଼, ବରଗଡ଼ ଓ ବାଲେଶ୍ୱର ୧୭, କଟକ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଟିଟିଲାଗଡ଼, ଭବାନୀପାଟଣା, ଖୋର୍ଦ୍ଧା ଓ ବଲାଙ୍ଗିରରେ ୧୮ ଡିଗ୍ରୀ ସେଲ୍ସିୟସ ରହିପାରେ। ସେହିଭଳି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିପାରେ।
୨୧ ତାରିଖରେ ସୁନ୍ଦରଗଡ଼ ଓ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିପାରେ। ସେହିପରି ବୌଦ୍ଧ, ଝାରସୁଗୁଡ଼ା ଓ ଜଗତସିଂହପୁରରେ ୧୪ ଡିଗ୍ରୀ, ବାରିପଦା, ଫୁଲବାଣୀ, କୋରାପୁଟ ଓ ନୂଆପଡ଼ାରେ ୧୫ ଡିଗ୍ରୀ, କେନ୍ଦୁଝରଗଡ଼ ଓ ଅନୁଗୋଳରେ ୧୬, ବରଗଡ଼, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ବାଲେଶ୍ୱରରେ ୧୭ ଏବଂ ଯାଜପୁର, ଢେଙ୍କାନାଳ, କଟକ, ବଲାଙ୍ଗିର, ଟିଟିଲାଗଡ଼ ଓ ଖୋର୍ଦ୍ଧାରେ ୧୮ ଡିଗ୍ରୀ ସେଲ୍ସିୟସ ରହିପାରେ। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିପାରେ।
Minimum Temperature Forecast for next 5 days #Odisha#WINTERpic.twitter.com/aIhT5xNtgp
— Meteorological Centre, Bhubaneswar (@mcbbsr) December 20, 2024
୨୪ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିପାରେ। ସେହିଭଳି ସୁନ୍ଦରଗଡ଼ରେ ୧୧ ଡିଗ୍ରୀ ଏବଂ ଝାରସୁଗୁଡ଼ା, ବାରିପଦା, ବୌଦ୍ଧ, ଫୁଲବାଣୀ ଓ ଜଗତସିଂହପୁରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀକୁ ଖସିବାର ସମ୍ଭାବନା ରହିଛି। ଅନୁଗୋଳ, ନୂଆପଡ଼ା ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀକୁ, ବାଲେଶ୍ୱରରେ ୧୫ ଡିଗ୍ରୀକୁ, କଟକରେ ୧୭ ଓ ଭୁବନେଶ୍ୱରରେ ୧୮ ଡିଗ୍ରୀକୁ ହ୍ରାସ ପାଇପାରେ।
ଗତ ୨୪ ଘଣ୍ଟାରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଥିଲା ସୁନ୍ଦରଗଡ଼ରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୧୦.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
