Advertisment

ପ୍ରତିଦିନ ‘ସୂର୍ଯ୍ୟ ନମସ୍କାର’ କରି ରୁହନ୍ତୁ ସୁସ୍ଥ, ପ୍ରଧାନମନ୍ତ୍ରୀ ଶେଆର୍‌ କଲେ ଆଉ ଏକ ଯୋଗ ଭିଡିଓ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ସକାଳେ ଯୋଗକୁ ନେଇ ଆଉ ଏକ ଭିଡିଓ ଶେଆର୍‌ କରିଛନ୍ତି। ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଗ ଆସନ ଭଳି ଏହି ଭିଡିଓରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏନିମେଟେଡ୍‌ ଭର୍ସନ ରହିଛି। ଭିଡିଓରେ ସେ ‘ସୂର୍ଯ୍ୟ ନମସ୍କାର’ ଶିଖାଉଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ‘ସୂର୍ଯ୍ୟ ନମସ୍କାର’ କିଭଳି କରାଯାଏ, ଏହା କେତେ ପ୍ରକାର ଏବଂ ଏହା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ, ସେ ବିଷୟରେ ସବିଶେଷ ସୂଚନା ଦେଉଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ଏକ କୋଠରୀରେ ଯୋଗ କରୁଥିବା […]

ଅଦ୍ୟତନ ହୋଇଛି
ପ୍ରତିଦିନ ‘ସୂର୍ଯ୍ୟ ନମସ୍କାର’ କରି ରୁହନ୍ତୁ ସୁସ୍ଥ, ପ୍ରଧାନମନ୍ତ୍ରୀ ଶେଆର୍‌ କଲେ ଆଉ ଏକ ଯୋଗ ଭିଡିଓ

pm1

Advertisment

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ସକାଳେ ଯୋଗକୁ ନେଇ ଆଉ ଏକ ଭିଡିଓ ଶେଆର୍‌ କରିଛନ୍ତି। ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଗ ଆସନ ଭଳି ଏହି ଭିଡିଓରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏନିମେଟେଡ୍‌ ଭର୍ସନ ରହିଛି। ଭିଡିଓରେ ସେ ‘ସୂର୍ଯ୍ୟ ନମସ୍କାର’ ଶିଖାଉଛନ୍ତି।

Advertisment

ଭିଡିଓରେ ପ୍ରଧାନମନ୍ତ୍ରୀ ‘ସୂର୍ଯ୍ୟ ନମସ୍କାର’ କିଭଳି କରାଯାଏ, ଏହା କେତେ ପ୍ରକାର ଏବଂ ଏହା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ, ସେ ବିଷୟରେ ସବିଶେଷ ସୂଚନା ଦେଉଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ଏକ କୋଠରୀରେ ଯୋଗ କରୁଥିବା ବେଳେ ସେ ମାଟିଆ ରଙ୍ଗର ପ୍ୟାଣ୍ଟ ଏବଂ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି।

ପ୍ରତିଦିନ ସୁର୍ଯ୍ୟ ନମସ୍କାର କଲେ କ’ଣ ସବୁ ଲାଭ ହୋଇଥାଏ, ସେ ବିଷୟରେ ମୋଦି  କହୁଛନ୍ତି। ଯେ କହୁଛନ୍ତି ଯେ, ଏହି ଆସନ କରିବା ଦ୍ୱାରା ଶରୀରରେ ମେଟାବଲିଜିମ୍‌, ଓଜନ କମିବା ସହ ରକ୍ତଚାପ ନିୟନ୍ତ୍ରଣରେ ରହିବ। ଏହା ସହ ଏହା ଶରୀରକୁ ଡି ଡକ୍ସିଫାଏ ମଧ୍ୟ କରିଥାଏ।

Advertisment

https://twitter.com/narendramodi/status/1141176917216960515

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଥିବା ବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗର ଭିଡିଓ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରୁଛନ୍ତି। ପୂର୍ବରୁ ଏହିପରି ୧୦ରୁ ୧୧ଟି ଭିଡିଓ ସେ ଶେଆର୍‌ କରିସାରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ନେଇ ପ୍ରଧାନମନ୍ତ୍ରୀ ଖୁବ୍ ଉତ୍ସାହିତ ଅଛନ୍ତି। ୨୦୧୪ରେ ତାଙ୍କ ପ୍ରସ୍ତାବରେ ହିଁ ଜାତିସଂଘ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe