Advertisment

ବରିଷ୍ଠ ସାହିତ୍ୟିକ ତଥା କଂଗ୍ରେସ ନେତା ଅନ୍ନଦା ପ୍ରସାଦ ରାୟଙ୍କ ପରଲୋକ

କଟକ: ବରିଷ୍ଠ ସାହିତ୍ୟିକ ତଥା କଂଗ୍ରେସ ନେତା ଅନ୍ନଦା ପ୍ରସାଦ ରାୟ (୭୯)ଙ୍କର ପରଲୋକ ହୋଇଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତରୁଣ ତୁର୍କୀ ଭାବେ ପରିଚିତ ଅନ୍ନଦା ପ୍ରସାଦ ରାୟ ଜଣେ ସୁ-ସାହିତ୍ୟିକ, ସୁବକ୍ତା, ଭାଷାବିତ ଏବଂ ରାଜନେତା ଭାବେ […]

author-image
Rakesh Mallick
ବରିଷ୍ଠ ସାହିତ୍ୟିକ ତଥା କଂଗ୍ରେସ ନେତା ଅନ୍ନଦା ପ୍ରସାଦ ରାୟଙ୍କ ପରଲୋକ

arnada

କଟକ: ବରିଷ୍ଠ ସାହିତ୍ୟିକ ତଥା କଂଗ୍ରେସ ନେତା ଅନ୍ନଦା ପ୍ରସାଦ ରାୟ (୭୯)ଙ୍କର ପରଲୋକ ହୋଇଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ତରୁଣ ତୁର୍କୀ ଭାବେ ପରିଚିତ ଅନ୍ନଦା ପ୍ରସାଦ ରାୟ ଜଣେ ସୁ-ସାହିତ୍ୟିକ, ସୁବକ୍ତା, ଭାଷାବିତ ଏବଂ ରାଜନେତା ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବେ ସେ ଦୁଇ ଥର କାମ କରିଥିଲେ।

ମାଟିର ଲୁହ, ପଥାନ୍ତର, ଯା ଦେବୀ, ଏ ଐରାବତ ଭଳି ଗଳ୍ପ ସଂକଳନ, ଉପନ୍ୟାସ ଓ ଆତ୍ମଜୀବନୀ ମୁଠାଏ, ଆଞ୍ଜୁଳା, ଏ ସ୍ମୃତି, ଜୀବନ ଆଦି ତାଙ୍କ ଉଲ୍ଲେଖନୀୟ କୃତୀ।

Advertisment