/odisha-reporter/media/post_attachments/uploads/2017/10/tea.jpg)
tea
ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ ରୁ ହୋଇଥାଏ। କାହାର କଳା ଚା ପସନ୍ଦ ତ କିଏ ଅଦା ଚା’ରେ ଅଭ୍ୟସ୍ତ। ଅଧିକାଂଶ ଲୋକେ ଖାଲି ପେଟରେ ଚା ପିଇଥାନ୍ତି। କିନ୍ତୁ ଜାଣନ୍ତି କି, ଖାଲି ପେଟରେ ଚା ପିଇବା ଶରୀର ପାଇଁ ଭାରି କ୍ଷତିକାରକ ? ଆସନ୍ତୁ ଜାଣିବା ଖାଲି ପେଟରେ ଚା' ପିଇଲେ ଶରୀରରେ କେଉଁ କେଉଁ ସମସ୍ୟା ଦେଖାଯାଇଥାଏ।
- ଖାଲି ପେଟରେ ଚା ପିଇବା ଦ୍ୱାରା ମଣିଷ ଚିଡ୍ଚିଡ଼ା ସ୍ୱଭାବର ହୋଇଯାଏ। ଚା ପିଇଲେ ଖୁବ୍ଶୀଘ୍ର ଥକା ଲାଗିଥାଏ ।
- ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ ହୋଇଛି ଯେ ଖାଲି ପେଟରେ ଚା ପିଇଲେ ପୁରୁଷଙ୍କ ମୂତ୍ରାଶୟରେ କ୍ୟାନସର ହେବାର ଆଶଙ୍କା ଅଧିକ ରହିଛି।
- ଖାଲି ପେଟରେ ଅଦା ମିଶା ଚା ପିଇଲେ ଏସିଡିଟି ଓ ଗ୍ୟାସ୍ ପରି ସମସ୍ୟା ଦେଖାଯାଇଥାଏ । ସେହିପରି କଳା ଚା ପିଇଲେ ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ ।
- ଖାଲି ପେଟରେ ଚା ପିଇଲେ ହଜମ କ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏହି କାରଣରୁ ଶରୀରର ଶକ୍ତି କମି ଯାଏ।
- ଚାରେ ଟୋଟିନ ନାମକ ଏକ ତତ୍ତ୍ୱ ରହିଛି। ଏଣୁ ଖାଲି ପେଟରେ ଚା'ପିଇଲେ ମୁଣ୍ଡ ବୁଲାଏ ଓ ବାନ୍ତି ହୁଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
