Advertisment

ବଜ୍ରପାତରେ ୧୨ ମୃତ, ୧୪ ଗୁରୁତର

ବଜ୍ରପାତ ଯୋଗୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

Lightning

Lightning

Advertisment

ଶନିବାର (ଗତକାଲି) ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ୮ଟି ଗୋରୁଙ୍କ ମୃତ୍ୟୁ ଘଟିଛି।

Advertisment

ବଜ୍ରପାତ ଯୋଗୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ବଜ୍ରପାତରେ  ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। କଟକ ଓ ଗଞ୍ଜାମ ଜିଲ୍ଲାରେ ଜଣେ ଲେଖାଏଁ ଆହତ ହୋଇଛନ୍ତି।

Advertisment

ଗଜପତି ଜିଲ୍ଲାରେ ଗତକାଲି ବଜ୍ରପାତରେ ୬ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ କନ୍ଧମାଳ ଜିଲ୍ଲାରେ ୨ଟି ଗୋରୁଙ୍କ ମୃତ୍ୟୁ ହୋଇଛି।

ବଜ୍ରପାତରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଲୋକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦରନ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନ (ଏସ୍‌ଆର୍‌ସି)ଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଯେଉଁମାନଙ୍କର ଗୋରୁ ମରିଛନ୍ତି, ସେମାନଙ୍କୁ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି।

Lightning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe