Advertisment

Accident: ଦ୍ରୁତ ଗତିରେ ମାଡ଼ି ଯାଉଥିବା ବେଳେ...

ଶନିବାର ସକାଳ ୮ଟା ୩୨ ମିନିଟ୍। ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଭିଡ ବେଶି ନ ଥିଲା। କିଏ ଚାହା ପିଉଥିଲେ ତ କିଏ କଅଁଳ ଖରାରେ ବସି ଖଟି କରୁଥିଲା। ଆଉ ଏତିକି ବେଳେ ଘଟିଲା ଦୁର୍ଘଟଣା।

Accident
Advertisment

ଶନିବାର ସକାଳ ୮ଟା ୩୨ ମିନିଟ୍। ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଭିଡ ବେଶି ନ ଥିଲା। କିଏ ଚାହା ପିଉଥିଲେ ତ କିଏ କଅଁଳ ଖରାରେ ବସି ଖଟି କରୁଥିଲା। ଆଉ ଏତିକି ବେଳେ ଘଟିଲା ଦୁର୍ଘଟଣା। ଦ୍ରୁତ ଗତିରେ ମାଡ଼ି ଯାଉଥିବା ଟ୍ରାଭେଲର ଗାଡ଼ିଟିଏ ବିପରୀତ ପଟୁ ଆସୁଥିବା ଏବେ ବ୍ୟାଟେରୀ ଅଟୋକୁ ଧକ୍କା ଦେଇଥିଲା। ତା’ପରେ ପାଖରେ ଥିବା ଦୋକାନ ଉପରକୁ ମାଡ଼ି ଯାଇଥିଲା। ଏକ ବାଇକକୁ ମଧ୍ୟ ପିଟିଥିଲା। ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

Advertisment

ବେପରୁଆ ଗାଡ଼ି ଚାଳନା ପାଇଁ ଏମିତି ଘଟଣା ବାରମ୍ବାର ଘଟୁଛି। ରାଜଧାନୀ ଭୁବନେଶ୍ୱରରେ ଏବେ ଗାଡ଼ି ଚଳାଇବାକୁ ଡର ମାଡୁଛି। କେତେବେଳେ ଆମ ବସ୍‌ ତ ଆଉ କେତେବେଳେ ନିଶାସକ୍ତ ଯୁବକଙ୍କ ଏଭଳି ଗାଡ଼ି ଚାଳନା ସୁରକ୍ଷିତ ରାସ୍ତାକୁ ବିପଦପୂର୍ଣ୍ଣ କରି ଦେଉଛି। ଆଜି ସକାଳ ଘଟଣାଟି ରାଜଧାନୀର ବ୍ୟସ୍ତବହୁଳ ବଡ଼ଗଡ଼ ବ୍ରିଟ କଲୋନୀ ରାସ୍ତାରେ ଘଟିଥିବା ବେଳେ ସମ୍ପୃକ୍ତ ଟ୍ରାଭେଲର ଡ୍ରାଇଭର ନିଶାରେ ଥିବା କହିଛନ୍ତି ସ୍ଥାନୀୟ ଲୋକେ। ସୌଭାଗ୍ୟକୁ ଏହି ଦୁର୍ଘଟଣାରେ କାହାର ଜୀବନହନୀ ହୋଇଛି। ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖବର ପାଇ ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ପହଞ୍ଚିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ ନିଜ ହେପାଜତକୁ ନେଇଛି। 

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe