/odisha-reporter/media/media_files/2025/10/24/bus1-2025-10-24-17-08-54.jpg)
ଦୁର୍ଘଟଣାଗ୍ରସ୍ତ ବସ୍
ଗୋଟିଏ ବିଳାସପୂର୍ଣ୍ଣ ଅନ୍ତଃସହର ବସ୍ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଶୁକ୍ରବାର ଭୋର ସମୟରେ ଆନ୍ଧ୍ର(Andhra Pradesh)ର ଉଲ୍ଲିଣ୍ଡାକୋଣ୍ଡା ନିକଟରେ ଭୟଙ୍କର ଦୁର୍ଘଟଣା(Bus Accident)ର ସମ୍ମୁଖୀନ ହୋଇଥିଲା। ବାଇକ ଓ ବସ ମଧ୍ୟରେ ଧକ୍କା ହୋଇଥିଲା। ଏଥିଯୋଗୁ ବସ୍ରେ ନିଆଁ ଲାଗି ଯାଇଥିଲା।
ନିଆଁରେ ପୋଡ଼ି ହୋଇ ୨୦ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମୃତାହତଙ୍କ ଉଦ୍ଦେଶ୍ୟରେ କ୍ଷତିପୂରଣ ଘୋଷଣା କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ଜାତୀୟ ରାଜପଥ ୪୪ରେ ଭୋର ୩.୩୦ରେ ଘଟିଥିଲା। ବେମୁରୀ କାବେରୀ ଟ୍ରାଭେଲ୍ସର ଏହି ଯାତ୍ରୀବାହୀ ବସ୍ଟି ଗୋଟିଏ ବାଇକୁ ଧକ୍କା ଦେଇଥିଲା। ସମ୍ଭବତଃ ବାଇକଟି ବସ୍ରେ ତଳେ ରହି ଚାପି ହୋଇଯିବାରୁ ତେଲ ଟାଙ୍କି ପ୍ରଭାବିତ ହୋଇଥିଲା। ଏଥିଯୋଗୁ ବସ୍ରେ ନିଆଁ ଲାଗି ଯାଇଥିଲା ଓ ୩ ମିନିଟ ମଧ୍ୟରେ ପୂରା ବସ୍କୁ ନିଆଁ ଧରି ନେଇଥିଲା ବୋଲି କୁହାଯାଉଛି।
ବସ୍ର ନମ୍ବର ହେଉଛି DD01N9490। ପ୍ରଥମେ ୨୦୧୮ ଅଗଷ୍ଟ ମାସରେ ବସ୍ଟି ଡାମନ ଡ୍ୟୁରେ ପଞ୍ଜିକରଣ ହୋଇଥିଲା।
ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା ବେମୁରି କାବେରୀ ଟ୍ରାଭେଲ୍ସ ପାଖରେ ଏହାର ମାଲିକାନା ରହିଛି।
ଟ୍ରାଭେଲ ଏଜେନ୍ସିର ମାଲିକ ବେମୁରି ବିନୋଦ କୁମାର ବସ୍ଟିକୁ ରାୟଗଡ଼ାର ସାଈ ଲକ୍ଷ୍ମୀ ନଗର ଠିକଣାରେ ପଞ୍ଜିକରଣ କରିଥିଲେ।
ଦୁର୍ଘଟଣାର ପ୍ରାୟ ୬ ମାସ ପୂର୍ବରୁ ବସ୍ର ପଞ୍ଜିକରଣ ରାୟଗଡ଼ା ଆଞ୍ଚଳିକ ପରିବହନ ଅଫିସକୁ ବଦଳା ଯାଇଥିଲା। ୨୦୨୫ ଏପ୍ରିଲ ୨୯ରେ ଏପରି କରାଯାଇଥିଲା।
ବସର ମୂଳ ପର୍ଯ୍ୟଟନ ଅନୁମତି ୨୦୨୫ ମେ’ରେ ଓଡ଼ିଶା ପରିବହନ ବିଭାଗ ଜାରି କରିଥିଲା, ଏହାର ବୈଧତା ୨୦୩୦ ଏପ୍ରିଲ ଯାଏ ରହିଛି।
ସର୍ବଭାରତୀୟ ଟୁରିଷ୍ଟ ପରମିଟକୁ ସଡ଼କ ପରିବହନ ମନ୍ତ୍ରଣାଳୟ ୨୦୨୫ ଅଗଷ୍ଟରେ ଗ୍ରହଣ କରିଥିଲା। ଏହାର ବୈଧତା ୨୦୨୬ ଜୁଲାଇ ଯାଏ ବଳବତ୍ତର ଅଛି।
ବସ୍ଟି ଗୋଟିଏ ଭୋଲଭୋ ମଲ୍ଟି ଆକ୍ସଲେ ସ୍ଲପିର କୋଚ। ବସ୍ ପାଖରେ ସେବା ଯୋଗାଇବାକୁ ସମସ୍ତ ବୈଧ କାଗଜପତ୍ର ରହିଥିଲା।
ଫିଟେନ ସାର୍ଟିଫିକେଟ ଡାମନ ଡ୍ୟୁରୁ ଜାରି କରାଯାଇଥିଲା ଓ ଏହାର ବୈଧତା ୨୦୨୭ ମାର୍ଚ୍ଚ ୩୧ ଯାଏ ରହିଛି।
ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ପକ୍ଷରୁ କରାଯାଇଥିବା ବୀମାର ବୈଧତା ୨୦୨୬ ଏପ୍ରିଲ ୨୦ରେ ଶେଷ ହେବ।
ରୋଡ ଟ୍ୟାକ୍ସ ବାବଦ ଟଙ୍କା ୨୦୨୬ ମାର୍ଚ୍ଚ ୩୧ ଯାଏ ପୈଠ କରାଯାଇଛି।
ପ୍ରଦୂଷଣର ବୈଧତା ଅକ୍ଟୋବର ୩୧ରେ ଶେଷ ହେବାର ଥିଲା।
ଗାଡ଼ିଟି ୭ ବର୍ଷ ୨ ମାସ ପୁରୁଣା ହୋଇଥିବା ବେଳେ ୨୦୩୦ ଯାଏ ଏହା ରାସ୍ତାରେ ଚାଲିବାକୁ ଅନୁମତି ପାଇଥିଲା।
ପୁଲିସର କହିବା କଥା ଯେ ଗୁରୁବାର ମଧ୍ୟରାତ୍ରରେ ବସ୍ଟି ଯାତ୍ରୀଙ୍କୁ ଧରି ବେଙ୍ଗାଲୁରୁ ଅଭିମୁଖେ ବାହାରିଥିଲା। ଏଥିରେ ଡ୍ରାଇଭର, କର୍ମଚାରୀ ଓ ଯାତ୍ରୀଙ୍କୁ ମିଶାଇ ୪୩ ଜଣ ଲୋକ ଥିଲେ। ଚିନ୍ନା ଟେକୁର ଗାଁ ନିକଟରେ ଦୁର୍ଘଟଣା ଘଟିବା ବେଳେ ପ୍ରାୟ ସମସ୍ତ ଯାତ୍ରୀ ନିଦରେ ରହିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ବସ୍ର ସାମ୍ନା ପଟେ ପ୍ରଥମେ ନିଆଁ ଲାଗିଥିଲା। ୩ ମିନିଟରୁ କମ ସମୟ ମଧ୍ୟରେ ପୂରା ବସ୍ ନିଆଁର ଆଁରେ ଫସି ଯାଇଥିଲା।
୪୩ ଜଣଙ୍କ ମଧ୍ୟରୁ ୨୦ ଜଣ ପ୍ରାଣ ହରାଇଛନ୍ତି। ୨୩ ଜଣ ବସ୍ରୁ ବାହାରି ଯାଇଥିବା ବେଳେ ୧୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକଙ୍କ ମୃତଦେହ ସଂପୂର୍ଣ୍ଣ ପୋଡ଼ି ଯାଇଥିବାରୁ ସେମାନଙ୍କ ପରିଚୟ ହାସଲ କରିବାକୁ ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
