Advertisment

Accident: କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍ ଡାଲା

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସିଜୁକଳା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ଆଜି ସକାଳେ ଘଟିଛି ସିରିଜ୍ ଦୁର୍ଘଟଣା। ଏଥିରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିକ୍ଷାର୍ଥୀ ରହିଛନ୍ତି।

author-image
Jitendra Garnayak
Car Accident

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସିଜୁକଳା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ଆଜି ସକାଳେ ଘଟିଛି ସିରିଜ୍ ଦୁର୍ଘଟଣା (Accident)। ଏଥିରେ ୫ ଜଣ ଆହତ ହୋଇଛନ୍ତି।

Advertisment

କାରରେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ଟ୍ରକ୍‌ର ଡାଲା କାର ଉପରେ ଓଲଟି ପଡ଼ିଥିଲା। ସେହି ସମୟରେ ପଛରୁ ଆସୁଥିବା ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ କାରରେ ପିଟି ହୋଇଯାଇଥିଲା।

କାରରେ ଡ୍ରାଇଭର ଓ ଦୁଇ ପରୀକ୍ଷାର୍ଥୀଙ୍କୁ ମିଶାଇ ୩ ଜଣ ଥିଲେ।  ଡ୍ରାଇଭରଙ୍କ ନାଁ ଗଜେନ୍ଦ୍ର ମହାନ୍ତି। ତାଙ୍କ ଘର ଖେଣ୍ଡରା ଗ୍ରାମରେ। ସେ ଆହତ ହୋଇଛନ୍ତି। ସେହିପରି କାରରେ ବସିଥିବା ଦୁଇ ପରୀକ୍ଷାର୍ଥୀ ହେଉଛନ୍ତି ହେମରଞ୍ଜନ ମହାନ୍ତ ଓ ନର୍ମଦା ତନ୍ତି। ଉଭୟ ଝୁମ୍ପୁରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇର ଶେଷ ବର୍ଷର ଛାତ୍ରଛାତ୍ରୀ। ସେମାନେ ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଆସୁଥିଲେ। ଛାତ୍ରଛାତ୍ରୀ ଦ୍ୱୟ ସାମାନ୍ୟ ଆହତ ହୋଇଥିବାରୁ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ପରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ଛଡ଼ା ଯାଇଥିଲା। 
ସେହିଭଳି ଆହତ ହୋଇଥିବା ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଦ୍ରକର ଅନୁପ ଜେନା।

Advertisment

ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଥିବା ବେଳେ ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଚମ୍ପୁଆ ପୁଲିସ। 

ଅନ୍ୟପକ୍ଷରେ ଝାରସୁଗୁଡା ସଦର ବ୍ଲକର ଚନ୍ଦନୀମାଲ ପଞ୍ଚାୟତର ଘୁଷୁରାମୁଣ୍ଡା ଗାଁରେ ନିକଟରେ ଆଜି ସକାଳେ ଏକ ବାଇକ୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବତୀଙ୍କର ବାହାଘର ଠିକ୍ ହୋଇଥିଲା। ଆସନ୍ତା ମାର୍ଚ୍ଚ ୧ ତାରିଖରେ ବାହାଘର ହୋଇଥା’ନ୍ତା। ସେଥିପାଇଁ ସେ ତାଙ୍କ ଭାଇ ସହିତ ନିମନ୍ତ୍ରଣ କାର୍ଡ ଦେବାକୁ ସଂପର୍କୀୟଙ୍କ ଘରକୁ ଯାଉଥିଲେ। 

ସେହିଭଳି ରାୟଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର ଟିକିରିର ମଶୁରିପଦର ନିକଟରେ ଏକ ଟ୍ୟାଙ୍କର ବାଇକ୍‌କୁ ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। 

Accident