Advertisment

ଭୁବନେଶ୍ୱରରେ ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଗତ ୫ ବର୍ଷରେ ରାଜ୍ୟରେ ନଦୀ, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି।

Pond

Pond

Advertisment

ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଗାଁରେ ନୀଳକଣ୍ଠେଶ୍ଵର ମନ୍ଦିର ନିକଟସ୍ଥ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଓମ୍ ପ୍ରକାଶ ପ୍ରଧାନ।

Advertisment

ସେ ବରମୁଣ୍ଡା ସ୍ଥିତ ପୌରପାଳିକ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଖଣ୍ଡଗିରିସ୍ଥିତ ତପୋବନ ବଳିଆ ବାବା ଆଶ୍ରମରେ ସେ ରହୁଥିଲେ।

ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ସେ ଆଶ୍ରମରୁ ସ୍କୁଲ ଅଭିମୁଖେ ବାହାରି ଥିଲେ। ହେଲେ ସ୍କୁଲ ନଯାଇ ବରମୁଣ୍ଡା ଗାଁ ସ୍ଥିତ ଉକ୍ତ ପୋଖରୀକୁ ଗାଧୋଇବାକୁ ଆସିଥିଲେ। ଗାଧୋଇବା ବେଳେ ସେ ପୋଖରୀରେ ବୁଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି।

Advertisment

ନିକଟରେ ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ନଦୀ, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ବୁଡ଼ି ମରିଛନ୍ତି ୨୦୦ ଜଣ।

Drown Case ‌Drowning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe