Advertisment

ୱାୟନାଡ ଟ୍ରାଜେଡି: ଡାକ୍ତର ବିଷ୍ଣୁପ୍ରସାଦଙ୍କ ମୃତଦେହ ଚିହ୍ନଟ, ଆଜି ଫେରିପାରେ ଓଡ଼ିଶା

ୱାୟନାଡ ଟ୍ରାଜେଡିରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କର ମୃତଦେହକୁ ଚିହ୍ନଟ କଲେ ପରିବାର ଲୋକେ। ଆଜି ସେଠାରୁ ତାଙ୍କ ମରଶରୀର ଓଡ଼ିଶା ଆସିପାରେ।

ଅଦ୍ୟତନ ହୋଇଛି
DR Chinara

DR Chinara

Advertisment

ୱାୟନାଡ  ଟ୍ରାଜେଡିରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କର ମୃତଦେହକୁ ଚିହ୍ନଟ କଲେ ପରିବାର ଲୋକେ। ଆଜି ସେଠାରୁ ତାଙ୍କ ମରଶରୀର ଓଡ଼ିଶା ଆସିପାରେ। ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ସୁସ୍ଥ ଅଛନ୍ତି। ସେ ଆଜି ଡିସଚାର୍ଜ ହୋଇପାରନ୍ତି।

Advertisment

କେରଳ ର ୱାୟନାଡରେ ହୋଇଥିବା ଭୂସ୍ଖଳନର ମହାପ୍ରଳୟ ଭିତରୁ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି ପତ୍ନୀ ପ୍ରିୟଦର୍ଶିନୀ। ଅନ୍ୟପଟେ ଭୂସ୍ଖଳନ ପରେ ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଦୁଇ ଦିନ ହେବ ତାଙ୍କର କୌଣସି ଖୋଜଖବର ନାହିଁ। ତାଙ୍କ ବାନ୍ଧବୀ ସ୍ୱୀକୃତି ମହାପାତ୍ର ୱାଏନାଡରେ ଚିକିତ୍ସାଧୀନ ଅଛନ୍ତି।

ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ସ୍ଵାଧୀନ ପଣ୍ଡା ଓ  ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇ ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ।

Advertisment

ସୋମବାର ରାତିରେ କେରଳ ର ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ହେବା ଯୋଗୁ ମାଟି ମିଶା ବନ୍ୟା ପାଣି ବିଭିନ୍ନ ଜନବସତୀ ଅଞ୍ଚଳକୁ ମାଡ଼ି ଆସିଥିଲା। ଫଳରେ ସମସ୍ତେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଉକ୍ତ ସମୟରେ ଉଭୟ ଡାକ୍ତର ବିଷ୍ଣୁ ପ୍ରସାଦ ଓ ସ୍ୱାଧୀନ ନିଜ ପତ୍ନୀଙ୍କ ସହ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

 ପ୍ରିୟଦର୍ଶିନୀ ପାଲ ଓ ସ୍ୱୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଏବେ କେରଳ ର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମାତ୍ର ବିଷ୍ଣୁ ପ୍ରସାଦ ଓ ସ୍ଵାଧୀନଙ୍କ ପତ୍ତା ମିଳି ପାରୁ ନ ଥିବା ବେଳେ ଗତକାଲଇ ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।

କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ଲଗାତର ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକକୁ ବୃଦ୍ଧି ପାଇଛି। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି । ଏବେବି ୨୨୫ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି।

ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ମାଟି ତଳୁ ଜୀବନ ଖୋଜା ଚାଲିଛି । ଗତରାତିରେ ୨୦ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅପରେସନ୍‌ ଅସ୍ଥାୟୀ ଭାବେ ବନ୍ଦ ରହିବା ପରେ ଆଜି ସକାଳୁ ପୁଣି ଏହା ଆରମ୍ଭ ହୋଇଛି। ଏଯାବତ ଉଦ୍ଧାର ହୋଇଥିବା ୨୭୦ ମୃତଦେହ ମଧ୍ୟରୁ ୧୦୩ ଜଣଙ୍କ ପରିଚୟ ଜଣାପଡ଼ିଛି।୧୬୭ ମର ଶରୀରର ବ୍ୟବଚ୍ଛେଦ ‌ଶେଷ ହୋଇଛି। ୫୨ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

ଏବେ ବି ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି।

Odisha Doctor Deadbody Kerala Landslide Wayanad Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe