Advertisment

ଅପରେସନ୍‌ ଚାଲିଥିବା ବେଳେ ମେଡ଼ିକାଲ୍‌ କଲେଜ ଓଟିରେ ଲାଗିଲା ନିଆଁ

୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ରହିଛି ଆଇସିୟୁ ଓ ଓଟି। ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟ୍‌ରେ ଜଣେ ପ୍ରସୂତିଙ୍କର ସେଠାରେ ଅପରେସନ୍‌ କରାଯାଉଥିଲା। ସେହି ଓଟିକୁ ଲାଗି ଅନ୍ୟ ଏକ ଓଟିରେ ମରାମତି କାର୍ଯ୍ୟ ଚାଲିଥିଲା। ।

Medical

Medical

Advertisment

ଓଟିରେ ଅପରେସନ୍‌ ଚାଲିଥିବା ବେଳେ ଲାଗିଥିଲା ନିଆଁ। ସଙ୍ଗେ ସଙ୍ଗେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ଷ୍ଟିଚ୍‌ କରାଯାଇଛି। ବର୍ତ୍ତମାନ ସେହି ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ ଆଚି ଏପରି ଚିତ୍ର। ଓଟି ଓ ୱାର୍ଡରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସିଡିଏମ୍‌ଓ କହିଛନ୍ତି।

Advertisment

୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ରହିଛି ଆଇସିୟୁ ଓ ଓଟି। ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟ୍‌ରେ ଜଣେ ପ୍ରସୂତିଙ୍କର ସେଠାରେ ଅପରେସନ୍‌ କରାଯାଉଥିଲା। ସେହି ଓଟିକୁ ଲାଗି ଅନ୍ୟ ଏକ ଓଟିରେ ମରାମତି କାର୍ଯ୍ୟ ଚାଲିଥିଲା। । ଠିକ୍‌ ସେହି ସମୟରେ ଏକ ଇକ୍ୟୁପ୍‌ମେଣ୍ଟରୁ ନିଆଁ ବାହାରିଥିଲା। ଯେଉଁ ନିଆଁ ଚାହୁଁଚାହୁଁ ବ୍ୟାପୀ ଯାଇଥିଲା। ପୂରା ପରିବେସ ଧୂଆଁମୟ ହୋଇଯାଇଥିଲା।

ଦାୟିତ୍ୱରେ ଥିବା ସିଡିଏମ୍‌ଓ ଡାକ୍ତର ଜି.କେ ମହାନ୍ତିଙ୍କ କହିବା ଅନୁସାରେ ନିଆଁ ଲାଗିବାରୁ ଓଟି ଓ ୱାର୍ଡରେ ଥିବା ରୋଗୀମାନଙ୍କୁ ଅନ୍ୟ ରୁମ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା। ଏହାବ୍ୟତୀତ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇରେ ଲାଗିଛନ୍ତି। ସମସ୍ତ ରୋଗୀ ସୁରକ୍ଷିତ ଅଛି ବୋଲି ଡକ୍ତର ମହାନ୍ତି କହିଛନ୍ତି।

Advertisment

ନିଆଁ ଲିଭି ଯାଇଥିଲେ ମଧ୍ୟ ମେଡ଼ିକାଲ୍‌ରୁ ଧୂଆଁ ହଟିନାହିଁ। ପୂରା ପରିବେସ ଧୂଆଁମୟ ହୋଇଯାଇଛି। ବିଦ୍ୟୁତ ସରବରାହ ମଧ୍ୟ କାଟି ଦିଆଯାଇଛି।

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe