Advertisment

ଓଭର ବ୍ରିଜ ଉପରୁ ଖସିପଡ଼ିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ

ଟ୍ରକ୍‌ର ଡ୍ରାଇଭର ସୁରକ୍ଷିତ ଥିବା ବେଳେ ବାଇକ୍ ଚାଳକ ମଧ୍ୟ ସୁରକ୍ଷିତ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

ଭଦ୍ରକ ଜିଲ୍ଲା ଚରମ୍ପାରେ ୧୬ ନମ୍ବର ଜାତୀୟ ରାଜପଥରେ ଓଭର ବ୍ରିଜ୍‌ ଉପରୁ ଖସି ପଡ଼ିଲା ଏକ ଲୁହା ରଡ୍ ବୋଝେଇ ଟ୍ରକ୍‌। ଏଥିରେ କେହି ହତାହତ ହୋଇନଥିବା ବେଳେ ଜଣେ ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ଟ୍ରକ୍‌ଟି ଲୁହା ରଡ୍ ନେଇ ଅନୁଗୋଳରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଚରମ୍ପା ଓଭରବ୍ରିଜ୍‌ରେ ଆଜି ଭୋରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରକ୍‌ଟି ଓଭରବ୍ରିଜ୍ ତଳକୁ ଖସି ପଡ଼ିଥିଲା। ଏହା ଏକ ବାଇକ୍ ଉପରେ ପଡ଼ିଥିଲା।

ଟ୍ରକ୍‌ର ଡ୍ରାଇଭର ସୁରକ୍ଷିତ ଥିବା ବେଳେ ବାଇକ୍ ଚାଳକ ମଧ୍ୟ ସୁରକ୍ଷିତ ଅଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରକ୍‌ଟି ଓଭରବ୍ରିଜ୍‌ର ସାଇଡ୍ ୱାଲ୍‌ରେ ମାଡ଼ ହେବା ପରେ ଶବ୍ଦ ଶୁଣି ବାଇକ୍ ଚାଳକ ସତର୍କ ହୋଇଯାଇଥିଲେ। ସେ ବାଇକ ଛାଡ଼ି ଦୌଡ଼ି ପଳାଇବା ମାତ୍ରେ ଟ୍ରକ୍ ଓଭରବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଟ୍ରକ୍‌ଟି ସିଧା ବାଇକ୍ ଉପରେ ପଡ଼ିଥିଲା।

Advertisment

ଭୋରରେ ଏହି ଦୁର୍ଘଟଣା ଘଟିବାରୁ ଏକ ବଡ଼ ବିପଦ ଟଳିଗଲା। କାରଣ ସେତେବେଳେ ଓଭରବ୍ରିଜ୍‌ ତଳ ରାସ୍ତାରେ ଲୋକଙ୍କ ଗହଳି ନଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

କିଛି ଦିନ ତଳେ ଏକ ବସ୍ କଟକ ଜିଲ୍ଲା ବାଙ୍କୀ ନିକଟରେ ମହାନଦୀ ବ୍ରିଜ୍‌ରୁ ଖସି ପଡ଼ୁ ପଡ଼ୁ ଅଳ୍ପକେ ରହିଯାଇଥିଲା। ବସ୍‌ର ଆଗଚକ ବ୍ରିଜ୍ ବାହାରକୁ ଚାଲି ଯାଇଥିଲା। ତେବେ ସୌଭାଗ୍ୟବଶତଃ ବସ୍‌ଟି ବ୍ରିଜ୍‌ରେ ଝୁଲି ରହିଥିଲା ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିଥିଲେ। 

Accident Road Accident