Advertisment

Accident: ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା କାର

ଦୋଳ ମେଳଣ ଦେଖି ଫେରୁଥିଲେ। ବାଟରେ ଘଟିଲା ଦୁର୍ଘଟଣା। ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଗିଧିବାସ ଛକ ନିକଟରେ।

Car Accident
Advertisment

ଦୋଳ ମେଳଣ ଦେଖି ଫେରୁଥିଲେ। ବାଟରେ ଘଟିଲା ଦୁର୍ଘଟଣା। ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଗିଧିବାସ ଛକ ନିକଟରେ।

Advertisment

ମୃତକଙ୍କ ନାଁ ସରୋଜ ମୁଖି। ତାଙ୍କ ଘର ଯଶୀପୁର ଥାନା ଭଣ୍ଡାରୀପୋଷି ଗାଁରେ। ସେ ଓ ଆଉ ୪ ଜଣ ଦୋଳ ମେଳଣ ଦେଖି ଆଜି ଭୋରରେ କରଞ୍ଜିଆରୁ କାରରେ ଫେରୁଥିବା ବେଳେ ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଘଟିଥିଲା ଦୁର୍ଘଟଣା। କାରଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ଯାଇ ବିଲ ଭିତରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। 

କାର୍‌ଟି ଦ୍ରୁତଗତିରେ ଯାଉଥିଲା। ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଏହା ଚୁରମାର ହୋଇଯାଇଛି। କାରର କିଛି କିଛି ଅଂଶ ବିଲରେ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା। 

Advertisment

କାରରେ ୫ ଜଣ ଥିବା ବେଳେ ସରୋଜ ମୁଖିଙ୍କର ମୃତ୍ୟୁ ଘଟିଛି। ୪ ଆହତଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ କେନ୍ଦୁଝର ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି। ବାକି ଦୁଇ ଆହତଙ୍କୁ ଯଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯଶିପୁର ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି। 

ସେହିପରି ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗାପଥର ଘାଟିରେ ଆଜି ଏକ ଯାତ୍ରାପାର୍ଟି ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଡିମିରିଆ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱା ଏକ ଘର ଉପରେ ଓଲଟି ପଡ଼ିଥିଲା। ଘରଟି ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାଇୱାଟି ପାଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଓ ଏକ ଗଛକୁ ମଧ୍ୟ ଧକ୍କା ଦେଇଥିଲା। ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe