Advertisment

Accident: ଓଲଟି ପଡ଼ିଲା ପିକ୍‌ଅପ୍ ଭ୍ୟାନ; ୧୭ ଆହତ

ସମସ୍ତ ଆହତ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ମଧୁରବନ୍ଧ ଗାଁର। ଏହି ଗାଁର ପ୍ରାୟ ୨୭ ଜଣ ଏକ ପିକଅପ୍ ଭ୍ୟାନ ଭଡ଼ା କରି ମୋହନା ଥାନା ଖାରିଗୁମା ଗାଁକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା।

author-image
Jitendra Garnayak
Accident

ଗଜପତି ଜିଲ୍ଲାର ମୋହନା ଥାନା ଜରଉ ଗାଁ ନିକଟରେ ରବିବାର ଏକ ପିକ୍‌ଅପ୍ ଭ୍ୟାନ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Advertisment

ସମସ୍ତ ଆହତ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ମଧୁରବନ୍ଧ ଗାଁର। ଏହି ଗାଁର ପ୍ରାୟ ୨୭ ଜଣ ଏକ ପିକଅପ୍ ଭ୍ୟାନ ଭଡ଼ା କରି ମୋହନା ଥାନା ଖାରିଗୁମା ଗାଁକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗାଡ଼ି ଚାଳକ ଫେରାର ହୋଇଯାଇଛନ୍ତି।