/odisha-reporter/media/media_files/2025/10/25/truck-2025-10-25-17-29-56.jpg)
ଦୁର୍ଘଟଣାସ୍ଥଳ
ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୋରବେଲା ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ରୋହିତ ପୂଜାରୀ ଓ ରାଜୁ ପାଣ୍ଡେ।
ଗତ ତିନି ଦିନ ହେଲା ରାସ୍ତା କଡ଼ରେ ଏକ ଟ୍ରକ ଖରାପ ହୋଇ ଠିଆ ହୋଇ ରହିଥିଲା। ରୋହିତ ଓ ରାଜୁ ଆଜି ସେହି ରାସ୍ତାରେ ବାଇକ୍ରେ ଯାଉଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ ପଛରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦ୍ରୁତଗତି ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ରାଇଘର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଥିଲା। ତା’ସହିତ ଉଭୟ ଟ୍ରକ୍ ଓ ବାଇକ୍କୁ ମଧ୍ୟ ପୁଲିସ ଜବତ କରିଛି।
ବଲାଙ୍ଗିର ଜିଲ୍ଲା ସଇଁତଳାର ବରାହମାଲ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି।
ସେହିପରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ବୁରୁଜୁଗୁଡ଼ା ନିକଟରେ ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବା ବେଳେ ଅନ୍ୟ ଜଣେ ମୁନିଗୁଡ଼ା ଥାନା ବାଙ୍କିଲି ଗ୍ରାମର ଅର୍ଜୁନ ଶିକକା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ଉଭୟଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
