Advertisment

କଣ୍ଟେନର ଧକ୍କାରେ ୩ କାଉଡ଼ିଆ ମୃତ, ୨ ଗୁରୁତର

ଜଳଲାଗି କରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗର ଟୋଲଗେଟ୍ ନିକଟରେ ଗୋଟିଏ କଣ୍ଟେନର ଗୋଟିଏ ଅଟୋକୁ ଧକ୍କା ଦେବାରୁ ୩ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଏହି ୫ କାଉଡ଼ିଆ ତେଲକୋଇ ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନେ ପାଟଣା ଶିବ ମନ୍ଦିରରେ ଜଳଲାଗି କରି ଅଟୋରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଇ ଏବଂ ଭେଜିପୁଟ ରାସ୍ତାରେ କାର ଧକ୍କାରେ ୨ ଜଣ କାଉଡ଼ିଆ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ୧୭ ଜଣିଆ କାଉଡ଼ିଆ ଦଳ ଅରଖପୁର ଗାଁରେ ଥିବା ତାଡ଼କେଶ୍ୱର ମନ୍ଦିରକୁ ପାଣି ନେଇ ଯାଉଥିବା ବେଳେ ଏକ କାର୍‌ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ପରେ କାର୍‌ଟି ବିଲ ଭିତରକୁ ପଶି ଯାଇଥିଲା।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe