ମେଷ: ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇପାରେ। ନୂଆ ବନ୍ଧୁ ମିଳିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ।
ବୃଷ: ବ୍ୟବସାୟୀମାନେ ଭଲ ଲାଭ ପାଇବେ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଲାଗିବ।
ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ କେତେକାଂଶରେ ଆଶ୍ୱସ୍ତି ମିଳିବ। ବ୍ୟବସାୟରେ କିଛିଟା ପରିବର୍ତ୍ତନ ଆସିବ।
କର୍କଟ: ଆର୍ଥିକ ଅନଟନକୁ ନେଇ ଦୁଃଶ୍ଚିନ୍ତା ବଢ଼ିବ। ବ୍ୟୟ ବଢ଼ିବ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ।
ସିଂହ: ପ୍ରାଇଭେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଭଲ ରହିବ ନାହିଁ। ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ଦେଖାଯିବ। ପାରିବାରିକ ସ୍ଥିତିକୁ ନେଇ ମନ ଅଶାନ୍ତ ରହିବ।
କନ୍ୟା: ଭବିଷ୍ୟତ ଲାଗି ଉଚ୍ଚ ଚିନ୍ତା କରିବେ। ଅସହାୟଙ୍କୁ ସାହାଯ୍ୟ କରିବେ। ସନ୍ତାନଙ୍କୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ।
ତୁଳା: ଚିନ୍ତା କରୁଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଅସୁସ୍ଥ ଅନୁଭବ କରିବେ। ବନ୍ଧୁ ସହଯୋଗର ହାତ ବଢ଼ାଇବେ।
ବିଛା: କର୍ମକ୍ଷେତ୍ରରେ ଆପଣଙ୍କ ଉପଦେଶ ଅନ୍ୟମାନଙ୍କ କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲେଚନା କରନ୍ତୁ। ସମାଜସେବାରେ ମନ ଦେବେ।
ଧନୁ: ସନ୍ତାନମାନଙ୍କ କାର୍ଯ୍ୟଶୈଳୀକୁ ଦେଖି ବାପାମା’ ଖୁସି ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ହେବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ।
ମକର: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଗାଡ଼ିରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯିବ। ଆର୍ଥିକ ସମସ୍ୟା ଲାଗି ରହିବ। ବାକି ପଡ଼ିଥିବା ଅର୍ଥ ପାଇଁ ବିବାଦ ହୋଇପାରେ।
ମୀନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ବିବାଦରେ ପଡ଼ିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।