୨ ମାର୍ଚ୍ଚ, ମଙ୍ଗଳବାର: ଗୁପ୍ତ ଶତ୍ରୁ ଭୟ ବ୍ୟତିବ୍ୟସ୍ତ କରିବ

ମେଷ: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନର ଅଭିଳାଷ ପୂରଣ ହେବ। ଶତ୍ରୁମାନେ ପରାଜିତ ହେବେ ଏବଂ ମାନ ସମ୍ମାନ ପ୍ରତିଷ୍ଠା ଅର୍ଜନ କରିବେ। ମାଲିମକଦ୍ଦମାରେ ବିଜୟ ଲାଭ କରିବାର ସମ୍ଭାବନା ଅଧିକ ରହିଛି।  ପ୍ରତିକାର- କିଛି ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ: କାର୍ଯ୍ୟରେ ବିଳମ୍ବ, ଅପବ୍ୟୟକୁ ନେଇ ମନ ଭାରକ୍ରାନ୍ତ ରହିବ। କେହି ଜଣେ ବ୍ୟକ୍ତି ଶତ୍ରୁତା ଆଚରଣ କରି ବିପଦରେ ପକାଇ ଦେଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକମାନ ସୃଷ୍ଟି ହେବ। ପ୍ରତିକାର- ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମିଥୁନ: ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ବାଦ ବିବାଦର ସମାଧାନ ହେବ। ନିଜର ଲୋକମାନେ ସାହାଯ୍ୟ ସହାନୁଭୂତି ପ୍ରଦାନ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ। ପ୍ରତିକାର- ଶ୍ରୀ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

କର୍କଟ: ଶାରୀରିକ  ଓ ମାନସିକ ଅଭିବୃଦ୍ଧି ଘଟିବ। କୌଣସି ମାଙ୍ଗଳିକ ଉତ୍ସବରେ ଅଂଶ ଗ୍ରହଣ କରିବାର ସୁଯୋଗ ରହିଛି। କର୍ମଜୀବି ମହିଳାମାନେ ପ୍ରଶଂସାର ଅଧିକାରୀ ହେବେ। ପ୍ରତିକାର- କଉଡିଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ଯୁକ୍ତିତର୍କ କଥାରୁ ଦୂରେଇ ରୁହନ୍ତୁ ନଚେତ୍ ଅଯଥା ମନୋମାଳିନ୍ୟ ଦେଖାଦେବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।  ଯାହାଫଳରେ ମନସ୍ତାପ ଦେଇ ଗତି କରିବେ। ଗୁପ୍ତ ଶତ୍ରୁ ଭୟ ମନକୁ ବ୍ୟତିବ୍ୟସ୍ତ କରାଇବ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ କରାନ୍ତୁ।

କନ୍ୟା: ଧନ ମାନ ପ୍ରତିଷ୍ଠା ମିଳିବା ସହିତ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ତୁଳା: ଅନେକ ବାଧାବିଘ୍ନ ଆସିଲେ ମଧ୍ୟ ସମାଧାନର ବାଟ ଦେଖାଦେବ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଆକସ୍ମିକ ଦୁର୍ଘଟଣା ଦେଖାଦେଇପାରେ। ପ୍ରତିକାର- କିଛି କଞ୍ଚାକ୍ଷୀରରେ କଳାରାଶି ମିଶାଇ ମହାଦେବଙ୍କୁ ଅର୍ପଣ କରନ୍ତୁ।

ବିଛା: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନିର୍ମାଣଧୀନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପୂର୍ଣ୍ଣାଙ୍ଗ କରିବେ। ଛାତ୍ରଛାତ୍ରୀମାନେ ପ୍ରଗତି ପଥରେ ଅଗ୍ରସର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପ୍ରତିକାର- ସାତଥର ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ଓ ସୁଖ୍ୟାତି ଅର୍ଜନ କରିବେ। କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆମଦାନୀ ରପ୍ତାନୀ ଜାତୀୟ କାରବାରରେ ଲାଭବାନ ହେବେ। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ମକର: ବୃଥା ଭ୍ରମଣ, ଶାରୀରିକ ଅସୁସ୍ଥତା ଓ ମାନସିକ ଅବସାଦ ଦେଖାଦେବ। ସାମାଜିକ ଓ ରାଜନୈତିକ ସମ୍ମାନ କ୍ଷୁର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହୋଇ ବିଦ୍ୟା ଶିକ୍ଷାରେ ଅସଫଳ ହୋଇପାରନ୍ତି। ପ୍ରତିକାର- ଅଶ୍ୱତଥ ଗଛ ମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ।

କୁମ୍ଭ: କୌଣସି କାର୍ଯ୍ୟ ପ୍ରତି ସ୍ପୃହା ରହିବ ନାହିଁ। ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି । ତେଣୁ ଜଗିରଖି ଚଳନ୍ତୁ। କୌଣସି ମୂଲ୍ୟବାନ ଦ୍ରବ୍ୟ ଚୋରୀ ହୋଇଯାଇପାରେ କିମ୍ବା ହଜିଯିବାର ସମ୍ଭାବନା ରହିଛି। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ମୀନ: କୌଣସି ଅନୁଷ୍ଠାନରେ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ସୁଯୋଗ ରହିଛି। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ଶାନ୍ତି ଲାଭ କରିବେ। ପ୍ରତିକାର- ହଳଦି ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।