୬ ଅଗଷ୍ଟ, ଶୁକ୍ରବାର: କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବଢ଼ିବ।

ବୃଷ: କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

ମିଥୁନ: ସବୁ ଦିଗରୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। ଗୁପ୍ତ ଶତ୍ରୁମାନେ ପରାଜିତ ହେବେ।

କର୍କଟ: ସନ୍ତାନମାନଙ୍କ ଉନ୍ନତିକୁ ନେଇ ଗର୍ବ ଅନୁଭବ କରିବେ। ଆର୍ଥିକ ଉନ୍ନତି ହେବ। ପରିବାରରେ ମହିଳାମାନଙ୍କ ଆଦର ବଢ଼ିବ।

ସିଂହ: ମାନସମ୍ମାନ ବୃଦ୍ଧି ପାଇବ। ଅର୍ଥ ସଞ୍ଚୟକୁ ଗୁରୁତ୍ୱ ଦିଅନ୍ତୁ। କାର୍ଯ୍ୟଭାର ବଢ଼ିବ।

କନ୍ୟା: ମନ ଭାରାକ୍ରାନ୍ତ ରହିବ। ପାରିବାରିକ ଜୀବନକୁ ନେଇ ଚିନ୍ତିତ ରହିବେ। ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।

ତୁଳା: କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ନହେଲେ କିଛି କ୍ଷତି ସହିବାକୁ ପଡ଼ିପାରେ। ବହୁଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ।

ବିଛା: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ଅଭିବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ।

ଧନୁ: କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ।

ମକର: ଅସୁସ୍ଥ ରହିବେ। ରକ୍ତଚାପ ବୃଦ୍ଧି ପାଇପାରେ। ବ୍ୟବସାୟରେ କମ୍ ଲାଭ ହେବ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପଢ଼ାପଢ଼ିରେ ମନ ଦେବେ।

ମୀନ: ସୁସ୍ଥ ରହିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଅଟକି ଥିବା କାର୍ଯ୍ୟକୁ ଶେଷ କରିବାକୁ ପ୍ରୟାସ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।