ଜୁଲାଇ ୨୨, ବୁଧବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ପାରିବାରିକ ଜୀବନରେ ବୁଝାମଣାର ଅଭାବ ଦେଖାଦେବ। କୌଣସି କଥାକୁ ନେଇ ସହଯୋଗୀ ସହ ଝଗଡ଼ା ହୋଇପାରେ। ପର ଉପକାର ଓ ଈଶ୍ୱର ଆରାଧନା ମନକୁ ଶାନ୍ତି ଦେବ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁଙ୍କ ସହଯୋଗ ଲାଭ କରିବେ। ମାନ-ସମ୍ମାନ ବୃଦ୍ଧି ହେବ।

ମିଥୁନ: ପାରିବାରିକ ଜୀବନରେ ସୁଖ ବଜାୟ ରହିବ। ମଧୁର ବ୍ୟବହାର ଦ୍ୱାରା ଅନ୍ୟକୁ ଖୁସି କରାଇବାକୁ ଚେଷ୍ଟା କରିବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: ଖର୍ଚ୍ଚାନ୍ତରେ ପଡ଼ିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ଆୟ ଅପେକ୍ଷା ଅଧିକ ବ୍ୟୟ ହେବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ତୁଳା: କର୍ମକ୍ଷେତ୍ରରେ ସମସ୍ତଙ୍କର ପ୍ରିୟ ଭାଜନ ହେବେ। ପରୋପକାର ସହ ଧାନ ଧର୍ମ କରିବାର ସୁଯୋଗ ପାଇବେ। ନୂତନ ପୋଷାକ କିଣିପାରନ୍ତି।

ବିଛା: ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଅପରାହ୍ଣଣ ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ଧନୁ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କଳା ଓ ସାହିତ୍ୟକ୍ଷେତ୍ରରେ ରୁଚି ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ।

ମକର: ନିଜର ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଠିକ ଭାବେ ତୁଲାଇବେ। ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ସଙ୍କଟ ଦୂର ହେବ।

କୁମ୍ଭ: ପରିଶ୍ରମ କରି ସଫଳତା ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଣ୍ଠୁ ଅଣ୍ଟା କିମ୍ବା ପାଦରେ ପୀଡା ଦେଖାଦେଇପାରେ।

ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମନ ବିଚଳିତ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।