Advertisment

ଲୋକଙ୍କୁ ମହଙ୍ଗା ମାଡ଼, ୨ ଟଙ୍କା ବଢ଼ିଲା ଅମୁଲ କ୍ଷୀରର ଦାମ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ଆଉ ଏକ ଝଟକା ଲାଗିଛି। କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦାମର ପ୍ରଭାବ ଏବେ ଅନ୍ୟ ଦ୍ରବ୍ୟଗୁଡ଼ିକ ଉପରେ ପଡ଼ିବା ଆରମ୍ଭ ହୋଇଛି। ଏଥିପାଇଁ ଅମୁଲ ବ୍ରାଣ୍ଡରେ ବିକ୍ରି ହେଉଥିବା ବିଭନ୍ନ ପ୍ରକାରର କ୍ଷୀର ଦାମ ୨ ଟଙ୍କା ମହଙ୍ଗା ହୋଇଯାଇଛି। ଆସନ୍ତାକାଲି ଅର୍ଥାତ ଜୁଲାଇ ୧ରୁ ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। […]

author-image
Hemant Lenka
ଅଦ୍ୟତନ ହୋଇଛି
ଲୋକଙ୍କୁ ମହଙ୍ଗା ମାଡ଼, ୨ ଟଙ୍କା ବଢ଼ିଲା ଅମୁଲ କ୍ଷୀରର ଦାମ

Amul

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ଆଉ ଏକ ଝଟକା ଲାଗିଛି। କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦାମର ପ୍ରଭାବ ଏବେ ଅନ୍ୟ ଦ୍ରବ୍ୟଗୁଡ଼ିକ ଉପରେ ପଡ଼ିବା ଆରମ୍ଭ ହୋଇଛି। ଏଥିପାଇଁ ଅମୁଲ ବ୍ରାଣ୍ଡରେ ବିକ୍ରି ହେଉଥିବା ବିଭନ୍ନ ପ୍ରକାରର କ୍ଷୀର ଦାମ ୨ ଟଙ୍କା ମହଙ୍ଗା ହୋଇଯାଇଛି।

Advertisment

ଆସନ୍ତାକାଲି ଅର୍ଥାତ ଜୁଲାଇ ୧ରୁ ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଲିଟର ପିଛା ଅମୁଲ କ୍ଷୀରର ଦାମ ୨ ଟଙ୍କା ଲେଖାଏ ମହଙ୍ଗା ହେବାକୁ ଯାଉଥିବା ଗୁଜରାଟ କୋପୋରେଟିଭ ମିଲ୍କ ମାର୍କେଟିଂ ଫେଡରେସନ (ଜିସିଆଇଏମଏମଏଫ) ପକ୍ଷରୁ ଘୋଷଣା କରାଯାଇଛି।

ଜିସିଆଇଏମଏମଏଫ ଦେଶରେ ଅମୁଲ ବ୍ରାଣ୍ଡର ବିଭିନ୍ନ କ୍ଷୀର ଓ ଅନ୍ୟ ସାମଗ୍ରୀଗୁଡ଼ିକୁ ବିକ୍ରି କରିଥାଏ। ବିଭିନ୍ନ ସାମଗ୍ରୀର ଦାମ ବଢ଼ୁଥିବାରୁ ଏହା ପ୍ରଭାବ କ୍ଷୀର ଉତ୍ପାଦନ ଓ ଯୋଗାଣ ଉପରେ ପଡ଼ିଛି। ସେହିପରି ପ୍ୟାକେଜିଂରେ ମଧ୍ୟ ସମସ୍ୟା ହେଉଛି। ତେଣୁ ଆସନ୍ତାକାଲି ଠାରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଜିସିଆଇଏମଏମଏଫ କହିଛି।

Advertisment

ଆହୁରି ପଢ଼ନ୍ତୁ : ୨୫ ଟଙ୍କା ବଢ଼ିଲା ରୋଷେଇ ଗ୍ୟାସର ଦାମ

ନୂଆ ଦର ପରେ ଅମୁଲ ଗୋଲ୍ଟର ୫୦୦ ମିଲିର ଦାମ ୨୯ ଟଙ୍କା, ଅମୁଲ ତାଜାର ୫୦୦ ମିଲିର ଦାମ ୨୩ ଟଙ୍କା ଓ ଅମୁଲ ଶକ୍ତିର ୫୦୦ ମିଲିର ଦାମ ୨୬ ଟଙ୍କା ହୋଇଯିବ। ପୂର୍ବରୁ ଏହାର ଦାମଗୁଡ଼ିକ ଯଥାକ୍ରମେ ୨୮, ୨୨ ଓ ୨୫ ଟଙ୍କା ରହିଥିଲା। ଲିଟର ପିଛା ୨ ଟଙ୍କା ବୃଦ୍ଧି ଅର୍ଥ ଏମଆରପି ଉପରେ ୪% ବୃଦ୍ଧି। ଏହି ଦରବୃଦ୍ଧି ଦେଶର ଖାଦ୍ୟ ମୁଦ୍ରାସ୍ଫୀତି ଠାରୁ ଯଥେଷ୍ଟ କମ ବୋଲି ଜିସିଆଇଏମଏମଏଫ କହିଛି।

ବିଭିନ୍ନ ପ୍ରକାରର ଅମୁଲ କ୍ଷୀରର ଦାମ ବୃଦ୍ଧି ଦୀର୍ଘ ଦେଢ଼ ବର୍ଷ ପରେ ହୋଇଥିବା ସଂସ୍ଥା କହିଛି। ଅମୁଲର କ୍ଷୀର ଦାମ ବଢ଼ିଥିବାରୁ ଏଥିରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ। କ୍ଷୀରର ମୂଲ୍ୟ ବୃଦ୍ଧି ଯୋଗୁ ଚା, କଫି, ମିଠା, ଚକୋଲେଟର ସହ ଘିଅ, ପନ୍ନିର, ବଟର, ଲସି, ଆଇସକ୍ରିମ୍ ଓ ବଟର ମିଲ୍କ ବାବଦରେ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।

Price Hike