Advertisment

ଅଶନୀର ଗ୍ରୋଭରଙ୍କୁ ସବୁ ପଦରୁ ବିଦା କଲା BharatPe

ନୂଆଦିଲ୍ଲୀ: ଫିନଟେକ କମ୍ପାନୀ ଭାରତପେ’  (BharatPe) ଓ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବା ନାଁ ଧରୁନି। ଗତକାଲି ଗ୍ରୋଭର ଇସ୍ତଫା ଦେଇଥିବା ବେଳେ ଆଜି କମ୍ପାନୀ ବୋର୍ଡ ଗ୍ରୋଭରଙ୍କୁ ସବୁ ପଦରୁ ହଟାଇ ଦିଆଯାଇଛି। ବୋର୍ଡ ବୈଠକ ପରେ କମ୍ପାନୀ ପକ୍ଷରୁ ଆଜି ଜାରି ବିବୃତିରେ ଏ ନେଇ ସୂଚନା ଦିଆଯାଇଛି। ଏଥିସହ ଗ୍ରୋଭରଙ୍କ ବିରୋଧରେ ଆଇନ୍‌ର ଆଶ୍ରୟ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଗତକାଲି କ୍ରୋଧ […]

ଅଦ୍ୟତନ ହୋଇଛି
ଅଶନୀର ଗ୍ରୋଭରଙ୍କୁ ସବୁ ପଦରୁ ବିଦା କଲା BharatPe

ashneer-grover

Advertisment

ନୂଆଦିଲ୍ଲୀ: ଫିନଟେକ କମ୍ପାନୀ ଭାରତପେ’  (BharatPe) ଓ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବା ନାଁ ଧରୁନି। ଗତକାଲି ଗ୍ରୋଭର ଇସ୍ତଫା ଦେଇଥିବା ବେଳେ ଆଜି କମ୍ପାନୀ ବୋର୍ଡ ଗ୍ରୋଭରଙ୍କୁ ସବୁ ପଦରୁ ହଟାଇ ଦିଆଯାଇଛି। ବୋର୍ଡ ବୈଠକ ପରେ କମ୍ପାନୀ ପକ୍ଷରୁ ଆଜି ଜାରି ବିବୃତିରେ ଏ ନେଇ ସୂଚନା ଦିଆଯାଇଛି। ଏଥିସହ ଗ୍ରୋଭରଙ୍କ ବିରୋଧରେ ଆଇନ୍‌ର ଆଶ୍ରୟ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment

ଏହାପୂର୍ବରୁ ଗତକାଲି କ୍ରୋଧ ତଥା କୋହଭରା ଏକ ଚିଠି ଲେଖି କମ୍ପାନୀକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ଅଶନୀର ଗ୍ରୋଭର। ନିଜ ଇସ୍ତଫା ପତ୍ରରେ ସେ ଲେଖିଥିଲେ, ଯେଉଁ କଂପାନୀକୁ ମୁଁ ଗଢ଼ିଥିଲି ତାକୁ ଛାଡ଼ିବାକୁ ମୋତେ ବାଧ୍ୟ କରାଯାଇଛି। ଏହା ମୋତେ ବହୁତ ଦୁଃଖ ଦେଇଛି।   ଦୁର୍ଭାଗ୍ୟବଶତଃ ୨୦୨୨ ପ୍ରାରମ୍ଭରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ମୋତେ ଓ ମୋ ପରିବାରକୁ ଅପଦସ୍ଥ କରି ଆସୁଛନ୍ତି। ସେମାନେ ଯେଉଁ ଅଭିଯୋଗ ମୋ ନାଁରେ ଆଣିଛନ୍ତି, ତା’ର କୌଣସି ଆଧାର ନାହିଁ। ସେମାନେ କେବଳ ମୋର ସମ୍ମାନହାନି କରି ନାହାନ୍ତି, କଂପାନୀର ସମ୍ମାନକୁ ବି ତଳେ ପକାଇଛନ୍ତି ବୋଲି ଲେଖିଥିଲେ ଗ୍ରୋଭର।

ଏଥିସହ ସେ ଲେଖିଥିଲେ, ଭାରତୀୟ ଶିଳ୍ପ ଜଗତରେ ମୋର ଦକ୍ଷତାକୁ ପ୍ରଶଂସା କରାଯାଉଥିବା ବେଳେ ତଥା ଦେଶର ଯୁବକଯୁବତୀଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ମୁଁ ପ୍ରେରଣା ସାଜିଥିବା ବେଳେ ଏଠାରେ (କଂପାନୀରେ) ମୁଁ ମୋର ନିଜର ନିବେଶକ ଓ ମ୍ୟାନେଜ୍‌ମେଣ୍ଟ ସହିତ ଏକାକୀ ଲଢ଼େଇ କରୁଛି। ଆଉ ଏଥିରେ ଦୁର୍ଭାଗ୍ୟବଶତଃ ଭାରତପେ‘ ବାଜି ଲାଗିଛି।

Advertisment

ଅଶନୀଶ ଭାରତପେ’ ଉପରେ ଏପରି ସାଂଘାତିକ ଅଭିଯୋଗ ଲଗାଇବା ପରେ ଏନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତପେ’ ନିଜ ଗ୍ରାହକ ଓ କର୍ମଚାରୀଙ୍କ ଲାଗି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଭାରତରେ ଫିନଟେକ ଲିଡର ପଦ ବଜାୟ ରଖିବା ଦିଗରେ କମ୍ପାନୀ ଅନବରତ କାମ କରିବ । କମ୍ପାନୀ ପରିଚାଳନା ନିମନ୍ତେ ଉଚ୍ଚମାନ ଲାଗୁ କରିବା ନିମନ୍ତେ କମ୍ପାନୀ ଯୋଜନା ପ୍ରସ୍ତୁତ କରୁଛି। ତେଣୁ ଆସିଥିବା ଅଭିଯୋଗର ଅନ୍ତରୀଣ ଯାଞ୍ଚ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ଯାଞ୍ଚ ସ୍ୱାଧୀନ ବାହ୍ୟ ପରାମର୍ଶଦାତାଙ୍କ ଦ୍ୱାରା କରାଯାଉଛି।

ଏଥିସହ କୁହାଯାଇଛି,  ଭାରତପେ’ ର ବୋର୍ଡ ବୈଠକରେ ଯାଞ୍ଚର ଫଳାଫଳ ସମସ୍ତଙ୍କ ସମ୍ମୁଖରେ ରଖାଯିବ ବୋଲି କୁହାଯିବାରୁ ଗ୍ରୋଭର ତୁରନ୍ତ ଇମେଲ ଜରିଆରେ ନିଜ ଇସ୍ତଫା ଦେଇଦେଲେ। ଏପରିକି ବୋର୍ଡ ବୈଠକର ଏଜେଣ୍ଡା ମିଳିବାର କିଛି ସମୟ ପରେ ସେ ଭାରତପେ’ର ପ୍ରବନ୍ଧ ନିର୍ଦ୍ଦେଶକ ଓ ବୋର୍ଡ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଦେଲେ। ଏଜେଣ୍ଡାରେ ତାଙ୍କ ଆଚରଣ ବିରୋଧରେ ହୋଇଥିବା ତଦନ୍ତ ରିପୋର୍ଟ ପ୍ରସ୍ତୁତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ ଥିଲା। ତେଣୁ ଏହା ପୂର୍ବରୁ ସେ ଓହରିଗଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe