Advertisment

ରାଜ୍ୟକୁ ୨୮ ଟଙ୍କାରେ ପିଆଜ ବିକିବ କେନ୍ଦ୍ର

ନୂଆଦିଲ୍ଲୀ: ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ଖୁଚୁରା ଦର କିଲୋ ପିଛା ୮୦ ରୁ ୧୦୦ ଟଙ୍କା ଛୁଇଁଲାଣି। ଏହାରି ଭିତରେ ଦର ଦାମକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଠୋସ୍ ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପିଆଜ ଶସ୍ତାରେ ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ଗଚ୍ଛିତ ଭଣ୍ଡାରରୁ ପିଆଜ ନେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନେବା ପାଇଁ […]

ରାଜ୍ୟକୁ ୨୮ ଟଙ୍କାରେ ପିଆଜ ବିକିବ କେନ୍ଦ୍ର

modi onion

Advertisment

ନୂଆଦିଲ୍ଲୀ: ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ଖୁଚୁରା ଦର କିଲୋ ପିଛା ୮୦ ରୁ ୧୦୦ ଟଙ୍କା ଛୁଇଁଲାଣି। ଏହାରି ଭିତରେ ଦର ଦାମକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଠୋସ୍ ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପିଆଜ ଶସ୍ତାରେ ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ଗଚ୍ଛିତ ଭଣ୍ଡାରରୁ ପିଆଜ ନେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନେବା ପାଇଁ କହିଛି କେନ୍ଦ୍ର।

Advertisment

ମହାରାଷ୍ଟ୍ରର ନାସିକରେ କେନ୍ଦ୍ରର ଗଚ୍ଛିତ ଭଣ୍ଡାର ରହିଛି। ଏଠାରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ପିଆଜ କିଲୋ ପିଛା ୨୬-୨୮ ଟଙ୍କା ମଧ୍ୟରେ ବିକ୍ରି କରିବ ବୋଲି ଜଣାପଡ଼ିଛି। ଯେଉଁ ରାଜ୍ୟ ନିଜ ରାଜ୍ୟରେ ପିଆଜର ଡେଲିଭରୀ ଚାହିଁବେ ସେହି ରାଜ୍ୟକୁ କିଲୋ ପିଛା ୩୦ ଟଙ୍କା ହିସାବରେ କେନ୍ଦ୍ର ପିଆଜ ଗାଡ଼ି ପହଞ୍ଚାଇବ ବୋଲି କହିଛି। ସେହିପରି ନାଫେଡ ଦେଶର ବିଭିନ୍ନ ମଣ୍ଡିରେ ପିଆଜ ମହଜୁଦ ରଖିବା ପାଇଁ ପ୍ରୟାସ ଆରମଭ କରିଛି।

କେନ୍ଦ୍ରର ଏହି ପରାମର୍ଶକୁ ସ୍ୱାଗତ କରିଛନ୍ତି କିଛି ରାଜ୍ୟ। ଆସାମ, ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡିଗଡ, ହରିଆଣା, ତେଲେଙ୍ଗାନା ଏବଂ ତାମିଲନାଡୁ କେନ୍ଦ୍ରର ଗଚ୍ଛିତ ଭଣ୍ଡାରରୁ ପିଆଜ ନେବା ପାଇଁ ରାଜି ହୋଇଥିବା ଯୋଗାଣ ବିଭାଗ ସଚିବ ଲୀନା ନନ୍ଦନ କହିଛନ୍ତି। ଏବେ ଅନ୍ୟ ରାଜ୍ୟର ଜବାବକୁ କେନ୍ଦ୍ର ସରକାର ଅପେକ୍ଷା କରିଥିବା ସୂଚନା ରହିଛି। ଓଡ଼ିଶା ଏଯାଏଁ ଏନେଇ ନିଜର ମତାମତ ଦେଇନାହିଁ।

Advertisment

କେନ୍ଦ୍ର ସରକାରଙ୍କ ଯୋଗାଣ ବିଭାଗର ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୨ର ରିପୋର୍ଟ ଅନୁଯାୟୀ ମୁମ୍ୱାଇରେ ପିଆଜି କିଲୋ ପିଛା ୮୬ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୮୩ ଟଙ୍କା, କୋଲକାତାରେ ୭୦ ଟଙ୍କା ଏବଂ ଦିଲ୍ଲୀରେ ୫୫ ଟଙ୍କା ଥିଲା।

ଏହାପୂର୍ବରୁ ପିଆଜ ଦର ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ପିଆଜ ବଜାରକୁ ଆସିବା ଯାଏ ଯେଉଁ ଦେଶରୁ ପିଆଜ ଆସୁଛି ସେହି ଦେଶର ବ୍ୟବସାୟୀମାନଙ୍କ ସହ ଯୋଗାଯୋଗ କରିବାକୁ ଭାରତୀୟ ହାଇ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମିତିକି ଆମଦାନୀ ଶୁଳ୍କ ଉପରେ ଉପରେ ସରକାର ରିହାତି ଦେଇଛନ୍ତି। ଖରିଫ ପିଆଜ, ମଣ୍ଡିରେ ପହଞ୍ଚିବା ଦର ଦାମ ସ୍ୱାଭାବିକ ହେବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe