ଛତିଶଗଡ଼ରେ ବିଭିନ୍ନ ପ୍ରକଳ୍ପ ପାଇଁ ମୋଦିଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ

ଦାନ୍ତେୱାଡ଼ା: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ଗ୍ରସ୍ତ କରିବା ଅବସରରେ ତାଙ୍କ ଉପସ୍ଥିତିରେ ଛତିଶଗଡ଼ ସରକାର ଓ ବିଭିନ୍ନ ସଂସ୍ଥା ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏନଏମଡିସି, ଇରକୋନ ଏବଂ ସେଲ ସହ ରାଓଘାଟ ଏବଂ ଜଦଲପୁର ମଧ୍ୟରେ ୧୪୦ କିଲୋମିଟର ରେଳ ଲାଇନ ପ୍ରକଳ୍ପ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହାର ବ୍ୟୟ ଅଟକଳ ରହିଛି ୨୦୦୦ କୋଟି। ଇସ୍ପାତ ମନ୍ତ୍ରଣାଳୟ, ଛତିଶଗଡ଼ ସରକାର, ସେଲ ଏବଂ ଏନଏମଡିସି ମଧ୍ୟରେ ୩ ମିଲିୟନ କ୍ଷମତା […]

pmwithcm

Rakesh Mallick
  • Published: Saturday, 09 May 2015
  • , Updated: 09 May 2015, 08:30 AM IST

ଦାନ୍ତେୱାଡ଼ା: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ଗ୍ରସ୍ତ କରିବା ଅବସରରେ ତାଙ୍କ ଉପସ୍ଥିତିରେ ଛତିଶଗଡ଼ ସରକାର ଓ ବିଭିନ୍ନ ସଂସ୍ଥା ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି।

ଏନଏମଡିସି, ଇରକୋନ ଏବଂ ସେଲ ସହ ରାଓଘାଟ ଏବଂ ଜଦଲପୁର ମଧ୍ୟରେ ୧୪୦ କିଲୋମିଟର ରେଳ ଲାଇନ ପ୍ରକଳ୍ପ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହାର ବ୍ୟୟ ଅଟକଳ ରହିଛି ୨୦୦୦ କୋଟି।

ଇସ୍ପାତ ମନ୍ତ୍ରଣାଳୟ, ଛତିଶଗଡ଼ ସରକାର, ସେଲ ଏବଂ ଏନଏମଡିସି ମଧ୍ୟରେ ୩ ମିଲିୟନ କ୍ଷମତା ବିଶିଷ୍ଟ ଅଲଟ୍ରା ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏମଓୟୁ ହୋଇଥିଲା। ସେହିପରି ଛତିଶଗଡ଼ ସରକାର ଓ ଏନଏମଡିସି ମଧ୍ୟରେ ସ୍ଲରି ପାଇପ୍ ଲାଇନ ଏବଂ ୨ ଏମଟିପିଏ ପେଲେଟ୍ ପ୍ଲାଣ୍ଟ ପାଇଁ ଚୁକ୍ତି ହୋଇଥିଲା। ବସ୍ତାର ଜିଲ୍ଲାରେ ଏହି ପ୍ଲାଣ୍ଟ ପାଇଁ ୪,୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସେହିପରି ବାଲୋଦ ଜିଲ୍ଲାର ଡାଥରାଜହରାରେ ୧ ଏମଟିପିଏର ଏକ ପେଲେଟ୍ ପ୍ଲାଣ୍ଟ୍ ପାଇଁ   ଛତିଶଗଡ଼ ସରକାର ଓ ସେଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏଥିପାଇଁ ୮୨୬ କୋଟି ଟଙ୍କା ନିବେଶ କରାଯିବ।

Related story