Advertisment

ଟିକିଏ ଭୁଲ୍‌ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ବ୍ୟାଙ୍କିଙ୍ଗ ସେକ୍ଟରରେ ଅନେକ ପରିବର୍ତ୍ତନ ହୋଇଛି। କାରଣ ଏହି ସମୟରେ ଲୋକମାନେ ଅନ୍ ଲାଇନ ନେଣ ଦେଣ ଅଧିକ କରିଥିଲେ। ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏବଂ ଏହା ସହ ଜଡିତ ଅନେକ କାମ ଘରେ ବସି ଏବେ ଅନଲାଇନରେ ହେଉଛି। ତେଣୁ ବ୍ୟାଙ୍କଗୁଡିକ ଗ୍ରାହକମାନଙ୍କୁ ସାଇବର ସୁରକ୍ଷା ଯୋଗାଇ ଦେଉଛନ୍ତି। କିନ୍ତୁ ଏହାରି ଭିତରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଡିଜିଟାଲ୍ ଠକେଇ ଅହେତୁକ ବୃଦ୍ଧି […]

ଅଦ୍ୟତନ ହୋଇଛି
ଟିକିଏ ଭୁଲ୍‌ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

Bank Account

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ବ୍ୟାଙ୍କିଙ୍ଗ ସେକ୍ଟରରେ ଅନେକ ପରିବର୍ତ୍ତନ ହୋଇଛି। କାରଣ ଏହି ସମୟରେ ଲୋକମାନେ ଅନ୍ ଲାଇନ ନେଣ ଦେଣ ଅଧିକ କରିଥିଲେ। ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏବଂ ଏହା ସହ ଜଡିତ ଅନେକ କାମ ଘରେ ବସି ଏବେ ଅନଲାଇନରେ ହେଉଛି। ତେଣୁ ବ୍ୟାଙ୍କଗୁଡିକ ଗ୍ରାହକମାନଙ୍କୁ ସାଇବର ସୁରକ୍ଷା ଯୋଗାଇ ଦେଉଛନ୍ତି। କିନ୍ତୁ ଏହାରି ଭିତରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଡିଜିଟାଲ୍ ଠକେଇ ଅହେତୁକ ବୃଦ୍ଧି ପାଇଛି। ଯଦି ଟିକିଏ ଭୁଲ ହେବ ତାହେଲେ ବ୍ୟାଙ୍କ ଆକାଉଣ୍ଟ୍ ଖାଲି ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ମୂଳ ଗ୍ରାହକଙ୍କୁ ଠକଙ୍କଠୁ ଦୂରେଇ ରଖିବାକୁ ଯାଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ସତର୍କ କରାଇଛି।

Advertisment

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟ୍ୱିଟ କରି ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଫେକ୍ ନମ୍ବର ନେଇ ବ୍ୟାଙ୍କ ଗ୍ରାହକଙ୍କୁ ସତର୍କ କରାଇଛି। ଭିଡିଓରେ, ଜଣେ ବ୍ୟକ୍ତି ଭୁଲରେ ଫେକ୍ ନମ୍ୱରର ଶିକାର ହେଉଛନ୍ତି। ଏହି ଫେକ ନମ୍ୱରଟି ସେହି ବ୍ୟକ୍ତିଙ୍କୁ କାର ଋଣ ସମ୍ବନ୍ଧୀୟ ସୂଚନା ମାଗୁଛନ୍ତି। ଆଉ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ପଚାରୁଛନ୍ତି। ଏହାପରେ ସେହି ବ୍ୟକ୍ତି ଗ୍ରାହକଙ୍କୁ ଆକାଉଣ୍ଟ ବାବଦରେ ସବିଶେଷ ତଥ୍ୟ ଦେଉଛନ୍ତି। ହେଲେ ଫେକ ନମ୍ୱରରୁ କଲ୍ କରିଥିବା ବ୍ୟକ୍ତି କହୁଛନ୍ତି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ ବନ୍ଦ ଅଛି। ଆପଣଙ୍କର ଡେବିଟ୍ କାର୍ଡ ନମ୍ବର ସେୟାର କରନ୍ତୁ ଏବଂ ଏପରି ଭାବରେ ସମସ୍ତ ତଥ୍ୟକୁ ନେଉଛି ଏହି ଫେକ୍ ନମ୍ୱର। ବ୍ୟାଙ୍କ ଏପରି ଭିଡିଓ ସେୟାର କରି ସ୍ପଷ୍ଟ ଭାବେ କୁହିଛି ଯେ ଏପରି ତଥ୍ୟ କାହା ସହିତ ସେୟାର ନକରିବା ଠିକ୍ ହେବ। ବ୍ୟାଙ୍କ ଏଥିସହ  କଷ୍ଟମର କେୟାର ନମ୍ବର ମଧ୍ୟ ଜାରି କରିଛି।

ଯଦି ଆପଣ ଏସବିଆ କଷ୍ଟମର କେୟାର ନମ୍ବର ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ SBIର ଅଫିସିଆଲ୍ ୱେବସାଇଟକୁ ଯାଇ ସେଠାରେ ଦିଆଯାଇଥିବା ନମ୍ବର ବ୍ୟବହାର କରିବା ଆବଶ୍ୟକ। ଏହା ବ୍ୟତୀତ, ଯଦି ଆପଣଙ୍କ ସହିତ କୌଣସି ଠକେଇ ହୋଇଛି ତେବେ ତୁରନ୍ତ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର୧୫୫୨୬୦କୁ କଲ କରି ଜଣାଇବା ଦରକାର। ଏହି ନମ୍ୱରରେ ଫୋନ୍ କରି ଜଣେ ଅଭିଯୋଗ ଦାୟର କରିପାରିବେ। ୧୮୦୦୧୧୨୨୧୧, ୧୮୦୦୪୨୫୩୮୦୦, ୦୮୦୨୬୫୯୯୯୯୦ କୁ କଲ କରି ଯେକେହି ସୂଚନା ପାଇପାରିବେ।

Advertisment

https://twitter.com/TheOfficialSBI/status/1439084264927027200?s=20

Online Fraud SBI Cyber Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe