Advertisment

ଖୋଲିବ LIC ଆଇପିଓ, ମେ' ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

ନୂଆଦିଲ୍ଲୀ: ଆଜି ଖୋଲିବାକୁ ଯାଉଛି ଦେଶର ବୃହତ୍ତମ ବୀମା କମ୍ପାନୀ LICର ଆଇପିଓ ବା ପବ୍ଲିକ ଅଫର୍। ଭାରତୀୟ ଶେୟାର ବଜାର ଇତିହାସରେ ଏହାକୁ ସର୍ବବୃହତ୍ ଆଇପିଓ କୁହାଯାଉଛି।  ଏହା ମାଧ୍ୟମରେ ସରକାର LICରୁ ୩.୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବେ। ଏହି ଶେୟାରକୁ ବିକ୍ରି କରି ସରକାର ୨୧ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅଫର୍ ଭାରତ ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ଏଜେଣ୍ଡାରେ ଥିବା ଲକ୍ଷ୍ୟକୁ ପୂରଣ କରିବ ଏବଂ […]

ଅଦ୍ୟତନ ହୋଇଛି
ଖୋଲିବ LIC ଆଇପିଓ, ମେ' ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

LIC

Advertisment

ନୂଆଦିଲ୍ଲୀ: ଆଜି ଖୋଲିବାକୁ ଯାଉଛି ଦେଶର ବୃହତ୍ତମ ବୀମା କମ୍ପାନୀ LICର ଆଇପିଓ ବା ପବ୍ଲିକ ଅଫର୍। ଭାରତୀୟ ଶେୟାର ବଜାର ଇତିହାସରେ ଏହାକୁ ସର୍ବବୃହତ୍ ଆଇପିଓ କୁହାଯାଉଛି।  ଏହା ମାଧ୍ୟମରେ ସରକାର LICରୁ ୩.୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବେ। ଏହି ଶେୟାରକୁ ବିକ୍ରି କରି ସରକାର ୨୧ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅଫର୍ ଭାରତ ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ଏଜେଣ୍ଡାରେ ଥିବା ଲକ୍ଷ୍ୟକୁ ପୂରଣ କରିବ ଏବଂ ଷ୍ଟକ୍ ଏକ୍ସଚେଞ୍ଜରେ ଇକ୍ୱିଟି ସେୟାର୍ ପଞ୍ଜିକୃତ ହେବା ଦ୍ୱାରା ଏଲ୍ଆଇସି ଲାଭବାନ ହେବ ବୋଲି ଆଶା କରାଯାଉଛି।

Advertisment

ଆସନ୍ତା ୯ ତାରିଖ ଆବେଦନର ଶେଷ ଦିନ ରହିଛି। ଆଇପିଓ ଅନ୍ତର୍ଗତ ସରକାର କମ୍ପାନିରେ ନିଜର ୨୨.୧୩ କୋଟି ଶେୟାର ବିକ୍ରି କରୁଛନ୍ତି ଏବଂ ସେୟାର ପିଛା ପ୍ରାଇସ୍‌ ବ୍ୟାଣ୍ଡ୍‌ ୯୦୨ରୁ ୯୪୯ ଟଙ୍କା ସ୍ଥିର କରାଯାଇଛି।

ଏଲ୍‌ଆଇସି ଆଇପିଓରେ ସରକାର ନିଜର ୩.୫% ଅଂଶଧନ ବିକ୍ରି କରୁଛନ୍ତି, ଯେଉଁଥିରୁ ୫୦% ଶେୟାର କ୍ୱାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ ପ୍ଲେସ୍‌ମେଣ୍ଟ(କ୍ୟୁଆଇପି) ନିମନ୍ତେ ରଖାଯାଇଛି। ପୂର୍ବରୁ ଏଲଆଇସିର ଅଂଶଧନ ୫ ପ୍ରତିଶତ ବିକ୍ରି ହେବ ବୋଲି ଘୋଷଣା କରାଯାଇଥିଲେ ବି ପରେ ଏହାକୁ କମାଇ ଦିଆଯାଇଛି।

Advertisment

ସଂସ୍ଥାଗତ ଏବଂ ଖୁଚୁରା ନିବେଶକଙ୍କ ପାଇଁ ଆଇପିଓ ମେ’ ୪ରେ ଖୋଲିବ ଏବଂ ମେ’ ୯ରେ ବନ୍ଦ ହେବ। ଆଇପିଓ ବନ୍ଦ ହେବାର ସପ୍ତାହ ପରେ ମେ’ ୧୭ରେ କମ୍ପାନିର ଶେୟାର ପୁଞ୍ଜି ବଜାରରେ ତାଲିକାଭୁକ୍ତ ହେବ। ଡିଆର୍‌ଏଚ୍‌ପି ଅନୁସାରେ କୋଟା ଅନ୍ତର୍ଗତ ଏଲ୍‌ଆଇସି ପଲିସିଧାରୀଙ୍କ ପାଇଁ ୧୦%(୨.୨୧ କୋଟି ଶେୟାର) ସଂରକ୍ଷିତ ରହିଛି । ଆଇପିଓରେ ପଲିସିଧାରୀଙ୍କୁ ୬୦ ଟଙ୍କାର ରିହାତି ମିଳିବ। ଖୁଚୁରା ନିବେଶକ ଓ କର୍ମଚାରୀଙ୍କ ପାଇଁ ୪୫ ଟଙ୍କାର ରିହାତି ଦିଆଯିବ।

- ଆପଣ ପଲିସିଧାରୀ ହୋଇଥିଲେ ପିଲିସିହୋଲଡର ଅପସନକୁ ବାଛନ୍ତୁ। ଏହି କ୍ୟାଟାଗୋରୀରେ ପଲିସିଧାରୀଙ୍କୁ ୧୦% ସଂରକ୍ଷଣ ମିଳିବ। ପଲିସିଧାରୀଙ୍କୁ ପ୍ରତି ଆଇପିଓରେ ୬୦ ଟଙ୍କାର ରିହାତି ମିଳିବ।

- ଏଲଆଇସି କର୍ମଚାରୀଙ୍କୁ ଏମ୍ପଲଇ କ୍ୟାଟାଗୋରୀରେ କ୍ଲିକ କରିବାକୁ ପଡିବ। ଏଥିରେ କର୍ମଚାରୀଙ୍କୁ ପ୍ରତି ଆଇପିଓରେ ୪୫ ଟଙ୍କାର ରିହାତି ମିଳିବ।

- ଆପଣ ପଲିସିଧାରୀ ଓ କର୍ମଚାରୀ ହୋଇନଥିଲେ ଆପଣଙ୍କୁ ନ୍ୟୁ କ୍ୟାଟାଗୋରୀ କ୍ଲିକ କରିବାକୁ ପଡିବ। ଏହି କ୍ୟାଟାଗୋରୀରେ ଆବେଦନ କଲେ ଏକ ସ୍ଲଟ୍ ପାଇଁ ୧୪ ହଜାର ୩୨୫ ଟଙ୍କା ଦେବାକୁ ପଡିବ।

Business Updates LIC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe