Advertisment

ଗୌତମ ଆଦାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବେ ବିଶ୍ୱର ୫ମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ପୂର୍ବରୁ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ଥିବା କିମ୍ବଦନ୍ତୀ ଇନଭେଷ୍ଟର ୱାରେନ ବୁଫେଟ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି ଆଦାନୀ। ଫୋର୍ବସ ତାଲିକା ଅନୁଯାୟୀ ଗୌତମ ଆଦାନୀ ଏବେ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୯୧ ବର୍ଷୀୟ ବୁଫେଟ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୧.୭ ବିଲିୟନ ଡଲାର ରହିଛି। କିନ୍ତୁ ଆଦାନୀଙ୍କ ସମ୍ପତ୍ତିର […]

author-image
Hemant Lenka
ଅଦ୍ୟତନ ହୋଇଛି
ଗୌତମ ଆଦାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି

gautam

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବେ ବିଶ୍ୱର ୫ମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ପୂର୍ବରୁ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ଥିବା କିମ୍ବଦନ୍ତୀ ଇନଭେଷ୍ଟର ୱାରେନ ବୁଫେଟ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି ଆଦାନୀ। ଫୋର୍ବସ ତାଲିକା ଅନୁଯାୟୀ ଗୌତମ ଆଦାନୀ ଏବେ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ରହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ୯୧ ବର୍ଷୀୟ ବୁଫେଟ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୧.୭ ବିଲିୟନ ଡଲାର ରହିଛି। କିନ୍ତୁ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୨୩.୭ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ଭାରତର ଧନୀ ବ୍ୟକ୍ତି ତାଲିକାରେ ୧ନଂ ସ୍ଥାନରେ ଥିବା ଆଦାନୀଙ୍କ ସମ୍ପତ୍ତି ୨ନଂରେ ଥିବା ମୁକେଶ ଅମ୍ବାନୀଙ୍କ ଠାରୁ ୧୯ ବିଲିୟନ ଡଲାର ଅଧିକ। ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୪.୭ ବିଲିୟନ ଡଲାର ରହିଛି।

ଶୁକ୍ରବାର ବୁଫେଟଙ୍କ Berkshire Hathawayର ଶେୟାର ୨% ଖସି ଯାଇଥିଲା। ଏଥିଯୋଗୁ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆଦାନୀଙ୍କ ଠାରୁ କମି ଯାଇଛି। ଏବେ ପୂରା ପୃଥିବୀରେ ଆଦାନୀଙ୍କ ଠାରୁ ମାତ୍ର ୪ ଜଣ ଅଧିକ ସମ୍ପତ୍ତି ରଖିଛନ୍ତି। ପୂର୍ବ ଭଳି ବିଶ୍ୱ ଧନୀ ତାଲିକାର ୧ନଂ ସ୍ଥାନରେ ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୬୯.୭ ବିଲିୟନ ଡଲାର। ତାଙ୍କ ପଛକୁ ୧୮୦.୨ ବିଲିୟନ ଡଲାର ସହ ଆମାଜନର ଜେଫ ଅଛନ୍ତି। ତୃତୀୟରେ ଫ୍ରେଞ୍ଚ ଲକଜ୍ୟୁରି ଗୁଡ୍ସ କିଙ୍ଗ ବେରନାର୍ଡ ଆରନଲ୍ଟ(୧୬୭.୯ ବିଲିୟନ ଡଲାର) ଓ ୪ର୍ଥରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ(୧୩୦.୨ ବିଲିୟନ ଡଲାର) ରହିଛନ୍ତି।

Advertisment

୫୯ ବର୍ଷୀୟ ଗୌତମ ଆଦାନୀଙ୍କ ଗ୍ରୁପ ଏବେ ପୋର୍ଟ ଠାରୁ ଆରମ୍ଭ କରି ଏରୋସ୍ପେଶ, ଥର୍ମାଲ ଏନର୍ଜି ଓ କୋଇଲା ଭଳି କ୍ଷେତ୍ରରେ ବ୍ୟବସାୟ କରୁଛି। ଅମ୍ବାନୀଙ୍କ ମାଲିକାରେ କିନ୍ତୁ ବିଶ୍ୱର ସବୁଠାରୁ ବଡ଼ ତୈଳ ରିଫାଇନିଂ କମ୍ପ୍ଲେକ୍ସ ରହିଛି।

Gautam Adani