Advertisment

ତେଲ ଦର ଆଉ କେତେ ଦିନ ୧୦୦ ଉପରେ ରହିବ? ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ଶହେ ଉପରେ ରହିଛି। ଦୁଇ ମାସ ହେବ ଦର ଶହେ ଉପରେ ରହିଛି। ଯାହାକି ଖାଉଟିଙ୍କ ପକେଟକୁ ବଡ଼ ବୋଝ ପାଲଟିଛି। କେବେ ଦର କମିବ ସେ ନେଇ ଦେଶବାସୀ ଅପେକ୍ଷା କରିଛନ୍ତି। ହେଲେ କେନ୍ଦ୍ର ଏ ପ୍ରସଙ୍ଗରେ ଉତ୍ତର ଦେଇ କହିଛି ଏବେ ତେଲ ଦର କମିବ ନାହିଁ। କାହିଁକି ନକମିବ ସେ ନେଇ ୟୁପିଏ ସରକାର ବେଳର ଏକ ତେଲ ବଣ୍ଡ ବାବଦରେ ଯୁକ୍ତି […]

ଅଦ୍ୟତନ ହୋଇଛି
ତେଲ ଦର ଆଉ କେତେ ଦିନ ୧୦୦ ଉପରେ ରହିବ? ସ୍ପଷ୍ଟ କଲା କେନ୍ଦ୍ର

Sirtaraman

Advertisment

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ଶହେ ଉପରେ ରହିଛି। ଦୁଇ ମାସ ହେବ ଦର ଶହେ ଉପରେ ରହିଛି। ଯାହାକି ଖାଉଟିଙ୍କ ପକେଟକୁ ବଡ଼ ବୋଝ ପାଲଟିଛି। କେବେ ଦର କମିବ ସେ ନେଇ ଦେଶବାସୀ ଅପେକ୍ଷା କରିଛନ୍ତି। ହେଲେ କେନ୍ଦ୍ର ଏ ପ୍ରସଙ୍ଗରେ ଉତ୍ତର ଦେଇ କହିଛି ଏବେ ତେଲ ଦର କମିବ ନାହିଁ। କାହିଁକି ନକମିବ ସେ ନେଇ ୟୁପିଏ ସରକାର ବେଳର ଏକ ତେଲ ବଣ୍ଡ ବାବଦରେ ଯୁକ୍ତି ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ଦେଶର ଲୋକମାନେ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ଦରରୁ ଏବେ ମୁକ୍ତି ପାଇବେ ନାହିଁ। ପେଟ୍ରୋଲ, ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟିକାଟି ହେବନି ବୋଲି କହିଛନ୍ତି। ସୀତାରମଣ କହିଛନ୍ତି ଯେ ୟୁପିଏ ସରକାର ୧.୪୪ ଲକ୍ଷ କୋଟି ଟଙ୍କାର ଅଏଲ ବଣ୍ଡ ଜାରି କରିଥିଲେ। ଯାହାକି ତେଲ ଦର ହ୍ରାସ କରିଥିଲା। କିନ୍ତୁ ସେ ଏଭଳି କରିପାରିବେ ନାହିଁ ବୋଲି କହିଛନ୍ତି। ୟୁପିଏ ସରକାର ଯେଉଁ ଚାଲବାଜି କରିଥିଲା ତାକୁ ସେ ସମର୍ଥନ କରୁ ନାହାନ୍ତି କି ସେ କରିବେ ନାହିଁ ବୋଲି କହିଛନ୍ତି। ତେଲ ବଣ୍ଡ ଯୋଗୁଁ ଆମ ସରକାର ଭାରସାମ୍ୟ ହରାଇଛନ୍ତି, ତେଣୁ ଆମେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କମ୍ କରିପାରିବୁ ନାହିଁ ବୋଲି ସେ କହିଛନ୍ତି।

https://twitter.com/ANI/status/1427240461685575684?s=20

ତେଲ ଦର ବୃଦ୍ଧି ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ। ଯେପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟମାନେ ଏକାଠି ନହୋଇ କୌଣସି ସମାଧାନ ବାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ ଦର ହ୍ରାସ ହୋଇପାରିବ ନାହିଁ।

Advertisment

https://twitter.com/ANI/status/1427257001894023168?s=20

ବର୍ତ୍ତମାନ ଇନ୍ଧନ ଉପରେ ଏକ୍ସାଇଜ୍ ଡ୍ୟୁଟିରେ କୌଣସି ହ୍ରାସ ହେବ ନାହିଁ। ୟୁପିଏ ସରକାର ଜାରି କରିଥିବା ତେଲ ବଣ୍ଡ ପାଇଁ ସୁଧ ବାବଦରେ ବଡ଼ ବୋଝ ସରକାରଙ୍କ ଉପରେ ରହିଛି। ଗତ ୫ ବର୍ଷ ମଧ୍ୟରେ ସରକାର ନିଜେ ତେଲ ବଣ୍ଡ ଉପରେ ୭୦.୧୯୫.୭୨ ହଜାର କୋଟିରୁ ଅଧିକ ସୁଧ ପ୍ରଦାନ କରିସାରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୬ ସୁଦ୍ଧା ଆମକୁ ୩୭ ହଜାର କୋଟି ଟଙ୍କା ସୁଧ ଦେବାକୁ ପଡିବ। ସୁଧ ଦେୟ ସତ୍ତ୍ୱେ ୧.୩୦ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ମୂଳ ପରିମାଣ ଏବେ ବିଚାରାଧୀନ ରହିଛି। ଯଦି ତେଲ ବଣ୍ଡରେ ଭାର ଦିଆଯାଇ ନଥାନ୍ତା, ତାହାଲେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିପାରି ଥାନ୍ତେ ବୋଲି ସୀତାରମଣ କହିଛନ୍ତି।

Oil Price Hike Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe