ସପ୍ତାହର ଶେଷ ଦିବସରେ ବଢ଼ିଲା ସେନସେକ୍ସ

ମୁମ୍ବାଇ: ଚଳିତ ସପ୍ତାହରେ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିଥିଲା। ମେ’ ୬ ତାରିଖରେ ସେନସେକ୍ସରେ ୭୨୩ ପଏଣ୍ଟ ହ୍ରାସ ପାଇ ଥିଲା। ପୁଣି ଗତକାଲି ମଧ୍ୟ ସେନସେକ୍ସ ତଳ ମୁହାଁ ରହିଥିଲା। କାରବାର ୧୧୮.୨୬ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିଲା। ତେବେ ଆଜି ସପ୍ତାହର ଶେଷ ଦିବସରେ ସ୍ଥିତିରେ ସୁଧାର ଆସିଥିଲା। ଆଜି ସେନସେକ୍ସ ୫୦୦ ପଏଣ୍ଟ ବୃଦ୍ଧି ସହିତ କାରବାର ବନ୍ଦ କରିଥିଲା। ଉଭୟ ସେନସେକ୍ସ ଓ ନିଫ୍ଟିରେ ୧.୫% ବୃଦ୍ଧି […]

bsemumbai

Rakesh Mallick
  • Published: Friday, 08 May 2015
  • , Updated: 08 May 2015, 02:38 PM IST

ମୁମ୍ବାଇ: ଚଳିତ ସପ୍ତାହରେ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିଥିଲା। ମେ’ ୬ ତାରିଖରେ ସେନସେକ୍ସରେ ୭୨୩ ପଏଣ୍ଟ ହ୍ରାସ ପାଇ ଥିଲା। ପୁଣି ଗତକାଲି ମଧ୍ୟ ସେନସେକ୍ସ ତଳ ମୁହାଁ ରହିଥିଲା। କାରବାର ୧୧୮.୨୬ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିଲା। ତେବେ ଆଜି ସପ୍ତାହର ଶେଷ ଦିବସରେ ସ୍ଥିତିରେ ସୁଧାର ଆସିଥିଲା। ଆଜି ସେନସେକ୍ସ ୫୦୦ ପଏଣ୍ଟ ବୃଦ୍ଧି ସହିତ କାରବାର ବନ୍ଦ କରିଥିଲା। ଉଭୟ ସେନସେକ୍ସ ଓ ନିଫ୍ଟିରେ ୧.୫% ବୃଦ୍ଧି ପରିଲିକ୍ଷିତ ହୋଇଥିଲା।

ଆଜି ଦିନ ତମାମ କାରବାର ବେଳେ ସେନସେକ୍ସରେ ୬୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଦେଖାଯାଇଥିଲା। ସେହିପରି ନିଫ୍ଟିରେ ୯୪ ପଏଣ୍ଟର ଅଭିବୃଦ୍ଧି ଦେଖାଯାଇଥିଲା।

କାରବାର ଶେଷ ବେଳକୁ ସେନସେକ୍ସରେ ୫୦୬.୨୮ ପଏଣ୍ଟ ବା ୧.୯୦% ବୃଦ୍ଧି ସହିତ ୨୭,୧୦୫.୩୯ ରହିଥିଲା। ସେହିପରି ନିଫ୍ଟିରେ ୧୩୪.୨୦ ପଏଣ୍ଟ ବୃଦ୍ଧି ପାଇ କାରବାର ୮,୧୯୧.୫୦ରେ ବନ୍ଦ ରହିଥିଲା।

Related story