Advertisment

ଦୋକାନୀମାନେ ୨୦୦୦ ଟଙ୍କିଆ ନୋଟ୍ ନେବାକୁ ମନା କରିପାରିବେ ନାହିଁ: RBI ଗଭର୍ଣ୍ଣର

‘ଗ୍ରାହକମାନେ ଭୟଭୀତ ହେବାର କିଛି କାରଣ ନାହିଁ।’

RBI Governor Shaktikanta Das

RBI Governor Shaktikanta Das

Advertisment

ଦୋକାନୀମାନେ ଗ୍ରାହକଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍ ନେବା ପାଇଁ ମନା କରିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ସ୍ପଷ୍ଟ ଭାବେ ଏହି କଥା କହିଛନ୍ତି।

Advertisment

ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ।

ଶକ୍ତିକାନ୍ତ ଦାସ କହିଛନ୍ତି, ଗ୍ରାହକମାନେ ଭୟଭୀତ ହେବାର କିଛି କାରଣ ନାହିଁ। ୨୦୦୦ ଟଙ୍କିଆ ନୋଟ୍ ଗୁଡ଼ିକୁ ବଦଳାଇବାକୁ ସେମାନଙ୍କ ପାଖରେ ଯଥେଷ୍ଟ ସମୟ ଅଛି। ଆରବିଆଇ ତା’ର ବିଜ୍ଞପ୍ତିରେ କହିଛି ଯେ ଲୋକେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ ଗୁଡ଼ିକୁ ବ୍ୟାଙ୍କରେ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଜମା କରିପାରିବେ।

Advertisment

ଆସନ୍ତାକାଲି (ମେ’ ୨୩) ଠାରୁ ଲୋକେ ବ୍ୟାଙ୍କ ଯାଇ ୨୦୦୦ ଟଙ୍କିଆ ନୋଟ ବଦଳାଇ ପାରିବେ ବୋଲି କୁହାଯାଇଥିବା ବେଳେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଦେଶର ସମସ୍ତ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଥିବା ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି। ଆମେ ଡେଡ୍‌ଲାଇନ ଦେଇଛୁ। ତେଣୁ ଏହି ପ୍ରକ୍ରିୟାକୁ ଖୁବ୍ ଗୁରୁତ୍ୱର ସହିତ ନିଆଯିବ ବୋଲି ସେ କହିଛନ୍ତି।

ଶକ୍ତିକାନ୍ତ ଦାସ କହିଛନ୍ତି, ମୁଁ ଆଉ ଥରେ ଏହା ସ୍ପଷ୍ଟ କରି ଦେବାକୁ ଚାହୁଁଛି ଯେ ଏହି ପ୍ରକ୍ରିୟା (ନୋଟ୍ ପ୍ରତ୍ୟାହାର) ହେଉଛି ରିଜର୍ଭ ବ୍ୟାଙ୍କର ନୋଟ୍ ପରିଚାଳନା କାର୍ଯ୍ୟକ୍ରମର ଏକ ଅଂଶ। ଦୀର୍ଘ ବର୍ଷ ହେଲା ରିଜର୍ଭ ବ୍ୟାଙ୍କ ଏକ ସ୍ୱଚ୍ଛ ନୋଟ୍ ନୀତି ଅବଲମ୍ବନ କରି ଆସୁଛି। ସମୟ ସମୟରେ ଆରବିଆଇ ଏକ ନିର୍ଦ୍ଦିଷ୍ଟ ନୋଟ୍‌କୁ ପ୍ରତ୍ୟାହାର କରି ନିଅନ୍ତି ଓ ନୂଆ ନୋଟ ବଜାରକୁ ଛାଡ଼ନ୍ତି। ଯେତେବେଳେ ବଜାରରୁ ପୁରୁଣା ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରି ନିଆଗଲା ସେତେବେଳେ ଆବଶ୍ୟକତାକୁ ଦେଖି ୨୦୦୦ ଟଙ୍କିଆ ନୋଟ ଛଡ଼ା ଯାଇଥିଲା ବୋଲି ସେ କହିଛନ୍ତି।

RBI Shaktikant Das 2000 Notes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe