Advertisment

ଓଡ଼ିଶାରୁ ଫେରିଯାଇଥିବା ପୋସ୍କୋକୁ ନିବେଶ ପାଇଁ ମିଳିଲା ନୂଆ ରାଜ୍ୟ

ଅମରାବତୀ: ଓଡ଼ିଶାର ଜଗତସିଂହପୁରରେ ଷ୍ଟିଲ୍ ପ୍ଲାଣ୍ଟ କରିବ ବୋଲି ରାଜ୍ୟ ସରକାର ସହିତ ୨୦୦୫ରେ ପୋସ୍କୋ ଏମଓୟୁ କରିଥିଲା। ହେଲେ ସ୍ଥାନୀୟ ସମସ୍ୟା ଏବଂ ଜମି ଅଧିଗ୍ରହଣକୁ ନେଇ ବିବାଦ ବଢ଼ିବା ପରେ ପୋସ୍କୋ ଅଧିଗ୍ରହଣ କରିଥିବା ସମସ୍ତ ଜମିକୁ ରାଜ୍ୟ ସରକାରଙ୍କୁ ଦେଇ ବିଦାୟୀ ନେଇଥିଲା। ଦକ୍ଷିଣ କୋରିଆର ଏହି ଇସ୍ପାତ କମ୍ପାନୀ ପୋସ୍କୋକୁ ନିବେଶ ପାଇଁ ମିଳିଛି ନୂଆ ରାଜ୍ୟ। ଆନ୍ଧ୍ର ପ୍ରଦେଶରେ ଏହି କମ୍ପାନୀ ନିବେଶ କରିବ ବୋଲି ନିଷ୍ପତ୍ତି ନେଇଛି। ଆନ୍ଧ୍ର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଓଡ଼ିଶାରୁ ଫେରିଯାଇଥିବା ପୋସ୍କୋକୁ ନିବେଶ ପାଇଁ ମିଳିଲା ନୂଆ ରାଜ୍ୟ

posco steel

ଅମରାବତୀ: ଓଡ଼ିଶାର ଜଗତସିଂହପୁରରେ ଷ୍ଟିଲ୍ ପ୍ଲାଣ୍ଟ କରିବ ବୋଲି ରାଜ୍ୟ ସରକାର ସହିତ ୨୦୦୫ରେ ପୋସ୍କୋ ଏମଓୟୁ କରିଥିଲା। ହେଲେ ସ୍ଥାନୀୟ ସମସ୍ୟା ଏବଂ ଜମି ଅଧିଗ୍ରହଣକୁ ନେଇ ବିବାଦ ବଢ଼ିବା ପରେ ପୋସ୍କୋ ଅଧିଗ୍ରହଣ କରିଥିବା ସମସ୍ତ ଜମିକୁ ରାଜ୍ୟ ସରକାରଙ୍କୁ ଦେଇ ବିଦାୟୀ ନେଇଥିଲା। ଦକ୍ଷିଣ କୋରିଆର ଏହି ଇସ୍ପାତ କମ୍ପାନୀ ପୋସ୍କୋକୁ ନିବେଶ ପାଇଁ ମିଳିଛି ନୂଆ ରାଜ୍ୟ। ଆନ୍ଧ୍ର ପ୍ରଦେଶରେ ଏହି କମ୍ପାନୀ ନିବେଶ କରିବ ବୋଲି ନିଷ୍ପତ୍ତି ନେଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ କଥାବାର୍ତ୍ତା ହେବା ପରେ ପୋସ୍କୋ  ଆନ୍ଧ୍ରରେ ନିବେଶ କରିବା ନେଇ ସ୍ପଷ୍ଟ ହୋଇଛି।

Advertisment

ଗୁରୁବାର ଜଗନ ରେଡ୍ଡୀ ପୋସ୍କୋର ପ୍ରମୁଖ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ରାଜ୍ୟର ଶିଳ୍ପ ନିୟମ ବାବଦରେ ଅବଗତ କରାଇଥିଲେ। ପୁଞ୍ଜି ନିବେଶ ପାଇଁ ଆନ୍ଧ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଜଗନ ରେଡ୍ଡୀ ଆଶ୍ୱାସନା ଦେଇଛନ୍ତି। ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦ ରାଜ୍ୟରେ ଶିଳ୍ପ ବିକାଶରେ ସହାୟକ ହେବ ବୋଲି ରେଡ୍ଡୀ କହିଛନ୍ତି, ଯାହା ଏପର୍ଯ୍ୟନ୍ତ ମୁଖ୍ୟତଃ କୃଷିଭିତ୍ତିକ ରାଜ୍ୟ ଭାବରେ ରହିଛି।

ପୋସ୍କୋର ଭାରତର ଅଧ୍ୟକ୍ଷ ସୁଙ୍ଗ୍-ଲାଏ ଚୁନ୍, ଚିଫ୍ ଫିନାନସିଆଲ୍ ଅଫିସର ଗୋ ୟୋଙ୍ଗ ଆନ୍, ଜେନେରାଲ ମ୍ୟାନେଜର ଜୁଙ୍ଗ୍ ଲେ ପାର୍କ ଏବଂ ଅନ୍ୟାନ୍ୟ ଅଧିକାରୀ ଜଗନ ରେଡ୍ଡୀଙ୍କ ବୈଠକରେ ସାମିଲ୍ ଥିଲେ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଓଡ଼ିଶାର ଜଗତସିଂହପୁରରେ ଷ୍ଟିଲ୍ ପ୍ଲାଣ୍ଟ କରିବ ବୋଲି ରାଜ୍ୟ ସରକାର ସହିତ ୨୦୦୫ରେ ପୋସ୍କୋ ଏମଓୟୁ କରିଥିଲା। ହେଲେ ସ୍ଥାନୀୟ ସମସ୍ୟା ଏବଂ ଜମି ଅଧିଗ୍ରହଣକୁ ନେଇ ବିବାଦ ବଢ଼ିବା ପରେ ପୋସ୍କୋ ଅଧିଗ୍ରହଣ କରିଥିବା ସମସ୍ତ ଜମିକୁ ରାଜ୍ୟ ସରକାରଙ୍କୁ ଦେଇ ବିଦାୟୀ ନେଇଥିଲା। ୫୨ ହଜାର କୋଟିର ନିବେଶ ପୋସ୍କୋ କରିବ ବୋଲି ଏମଓୟୁ ଅନୁଯାୟୀ ନିଷ୍ପତ୍ତି ହୋଇଥିଲା।

ଅନ୍ୟପଟେ ଦକ୍ଷିଣ କୋରିଆର ଏହି ପ୍ରମୁଖ ଇସ୍ପାତ କମ୍ପାନୀର ନିର୍ମାତାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଜିଓଙ୍ଗ-ଓ ଚୋଇ ଫେବୃଆରୀର ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ‌ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନିଜେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟରରେ ଏ ନେଇ ସୂଚନା ଦେଇଥିଲେ।

ଧର୍ମେନ୍ଦ୍ରଙ୍କୁ ପୋସ୍କୋ ଅଧିକାରୀ ଭେଟିବା ପରେ ଓଡ଼ିଶାରେ କମ୍ପାନୀ ପ୍ରକଳ୍ପ ସ୍ଥାପନ କରିବା ନେଇ ପୁଣି ଥରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଏ ବାବଦରେ ସରକାର କି ମନ୍ତ୍ରୀ ନିଜେ କୌଣସି ସୂଚନା ଦେଇନଥିଲେ। ଏବେ କିନ୍ତୁ ପୋସ୍କୋ ଆନ୍ଧ୍ରରେ ନିବେଶ କରିବ ବୋଲି ଜଣାପଡ଼ିଛି।

ପଢ଼ନ୍ତୁ: ହିରୋ ସହିତ ମିଶିଲା ହାର୍ଲେ ଡେଭିଡସନ

Odia News