Advertisment

ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ଦ୍ୱିତୀୟ ଥର ପାଇଁ ଲକ୍‌ଡାଉନ୍ ଘୋଷଣା

ବର୍ଲିନ୍/ପ୍ୟାରିସ୍: ପୁଣି ଥରେ କରୋନା ଭୟ। ଶୀତ ଋତୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ୱିତୀୟ ଥର ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ୟୁରୋପୀୟ ଦେଶ। ଜର୍ମାନୀ ଏବଂ ଫ୍ରାନ୍ସ ଦେଶରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଏବଂ ଜର୍ମାନୀ ଚାନସେଲର ଆଞ୍ଜେଲା ମୋର୍କେଲ୍ ବୁଧବାର ନିଜ ନିଜ ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି। ୟୁରୋପର ଦୁଇ ପ୍ରମୁଖ ଦେଶ ଲକଡାଉନ୍ ଘୋଷଣା କରିବା ପରେ ଓ୍ୱାର୍ଲଡ ଷ୍ଟକ ମାର୍କେଟ ମଧ୍ୟ ଦୋହଲିଯାଇଛି। […]

ଅଦ୍ୟତନ ହୋଇଛି
ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ଦ୍ୱିତୀୟ ଥର ପାଇଁ ଲକ୍‌ଡାଉନ୍ ଘୋଷଣା

France And Germany Thrust Into Lockdown

Advertisment

ବର୍ଲିନ୍/ପ୍ୟାରିସ୍: ପୁଣି ଥରେ କରୋନା ଭୟ। ଶୀତ ଋତୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ୱିତୀୟ ଥର ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ୟୁରୋପୀୟ ଦେଶ। ଜର୍ମାନୀ ଏବଂ ଫ୍ରାନ୍ସ ଦେଶରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଏବଂ ଜର୍ମାନୀ ଚାନସେଲର ଆଞ୍ଜେଲା ମୋର୍କେଲ୍ ବୁଧବାର ନିଜ ନିଜ ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି।

Advertisment

ୟୁରୋପର ଦୁଇ ପ୍ରମୁଖ ଦେଶ ଲକଡାଉନ୍ ଘୋଷଣା କରିବା ପରେ ଓ୍ୱାର୍ଲଡ ଷ୍ଟକ ମାର୍କେଟ ମଧ୍ୟ ଦୋହଲିଯାଇଛି। ଲକ୍‌ଡାଉନ୍ ପାଇଁ ବିଶ୍ୱର ଅର୍ଥନୀତି ଖରାପ ହୋଇଥିବାବେଳେ ଏବେ ପୁଣିଥରେ ଯଦି ଅନ୍ୟାନ୍ୟ ଦେଶ ଲକଡାଉନ୍ କରିବେ, ତା’ହେଲେ ବିଶ୍ୱର ଅର୍ଥନୀତି ଆହୁରି ଖରାପ ହେବ।

ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ବୁଧବାର ସମ୍ୱୋଧନ କରି କହିଥିଲେ, କରୋନାର ଆକଳନ କରିବା ମୁସକିଲ୍। ହେଲେ ଏହା ମାରାତ୍ମକ ଭାବରେ ସଂକ୍ରମିତ ହେଉଛି। ପଡ଼ୋଶୀ ଦେଶ ପରି ଫ୍ରାନ୍ସ ମଧ୍ୟ ହଠାତ୍ ଲକଡାଉନ୍ ପାଇଁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ଭାଇରସ୍ ଏକ ଦ୍ରୁତ ଗତିରେ ସଂକ୍ରମିତ ହେଉଛି। ଦ୍ୱିତୀୟ ଥର ପାଇଁ ଆମେ ସମସ୍ତେ କରୋନାକୁ ସାମ୍ନା କରିବାକୁ ଯାଉଛୁ। ପ୍ରଥମ ଅପେକ୍ଷା ଏବେର ସ୍ଥିତି ଅଧିକ ମାରାତ୍ମକ ହେବ ବୋଲି ସେ କହିଛନ୍ତି।

Advertisment

ଶୁକ୍ରବାର ଫ୍ରାନ୍ସରେ ଲାଗୁ ହୋଇଥିବା ଲକଡାଉନ୍ ନିୟମ ଅନୁଯାୟୀ, ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା, ଡାକ୍ତରୀ ଚିକିତ୍ସା କିମ୍ବା ଦିନକୁ ଘଣ୍ଟାଏ ପର୍ଯ୍ୟନ୍ତ ବ୍ୟାୟାମ କରିବାକୁ ବାହାରକୁ ଆସିପାରିବେ। ଏହାପରେ ଘରେ ରହିବାକୁ ବାଧ୍ୟ। ଘରେ ରହି କାମ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଯଦି ନିଯୁକ୍ତିଦାତା ଘରୁ କାମ କରିବାକୁ ଅନୁମତି ନ ଦିଅନ୍ତି ତାହେଲେ ଯିବା ପାଇଁ ଅନୁମତି ଦିଆଯିବ ବୋଲି ନିୟମ ରହିଛି। ତେବେ ଏହି ସମୟରେ ସ୍କୁଲ୍ ଖୋଲା ରହିବ ବୋଲି ନିୟମ ରହିଛି।

ସେହିପରି ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ଏବଂ ସେଠାକାର ରାଜ୍ୟ ସରକାରଙ୍କ ମୁଖ୍ୟଙ୍କ ମଧ୍ୟରେ ସହମତି ଅନୁଯାୟୀ ଜର୍ମାନୀ ନଭେମ୍ବର ୨-୩୦ରୁ ବାର, ରେଷ୍ଟୁରାଣ୍ଟ ଏବଂ ସିନେମା ହଲ୍ ବନ୍ଦ କରାଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲା ରହିବ ଏବଂ ସୀମାରେ ପ୍ରବେଶ ଉପରେ କଡ଼ା କଟକଣା ସହିତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।

ମୋର୍କେଲ କହିଛନ୍ତି ଯେ କରୋନାକୁ ରୋକିବା ପାଇଁ ଆମକୁ ଏହି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛୁ। ଆମ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ବାଜିରେ ଲାଗିଛି। ଚଳିତ ସପ୍ତାହରେ କରୋନା ନିଜ ସ୍ଥିତି ଜାହିର କରିବ। ତେଣୁ ଏଭଳି ପଦକ୍ଷେପ ବାଧ୍ୟ ହୋଇ ନିଆଯାଇଛି ବୋଲି କହିଛନ୍ତି।

ଫ୍ରାନ୍ସରେ ଏବେ ଦିନକୁ ୩୬,୦୦୦ ନୂଆ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେଉଥିବା ଜଣାପଡ଼ିଛି। ଚଳିତ ବର୍ଷ ପ୍ରାରମ୍ଭରେ ୟୁରୋପୀୟ ଦେଶ ମଧ୍ୟରେ ଜର୍ମାନୀ ସବୁଠାରୁ କମ୍ କ୍ଷତି ସହିଛି।

Corona Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe