Advertisment

ତୃତୀୟ ଦିନରେ ଡିଏନ୍ ଗ୍ରୁପରେ ଆଇଟି ରେଡ୍,ଚନ୍ଦ୍ରଶେଖରଙ୍କ ବନ୍ଧୁଙ୍କୁ ପଚରାଉଚରା

ଡିଏନ୍ ଗ୍ରୁପର ବେଆଇନ୍ ଆର୍ଥିକ କାରବାରକୁ ନେଇ ତଦନ୍ତ କରିବ ଇଡି।

ଅଦ୍ୟତନ ହୋଇଛି
DN GROUP

DN GROUP

Advertisment

ରାଜଧାନୀର ଛାତି ଉପରେ ଛିଡ଼ା ହୋଇ ବହୁ କୋଟିର ବ୍ୟାବସାୟିକ ସାମ୍ରାଜ୍ୟ ମେଲାଇଥିବା ଡିଏନ୍ ଗ୍ରୁପ୍ ଉପରେ ଜାରି ରହିଛି ଆୟକର ବିଭାଗର ମହାଚଢ଼ାଉ। ଆଜି ତୃତୀୟ ଦିନରେ ବି ଆୟକର ବିଭାଗ ପକ୍ଷରୁ ଚଢଉ ଚାଲିଛି। ଆଇଆରସି ଭିଲେଜ ସ୍ଥିତ କାର୍ଯ୍ୟାଳୟରେ ଖୋଳତାଡ କରୁଛିଆଇଟି ଟିମ୍। ଏହାସହ ଡିଏନ୍‌ ଗ୍ରୁପର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କର ବନ୍ଧୁ ନିରୋଜ ସିଂଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଥିବା ଜଣାପଡ଼ିଛି। ବୁଧବାର ଚନ୍ଦ୍ରଶେଖରଙ୍କ ଘରୁ ୩୦ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ।

Advertisment

ଅନ୍ୟପକ୍ଷରେ ଡିଏନ୍ ଗ୍ରୁପର ବେଆଇନ୍ ଆର୍ଥିକ କାରବାରକୁ ନେଇ ତଦନ୍ତ କରିବ ଇଡି। ଖୁବଶୀଘ୍ର ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ଦ୍ୱିତୀୟ ଦିନ ଚଢ଼ଉରେ ଆୟକର ଅଧିକାରୀମାନଙ୍କୁ ଡିଏନ୍ ଗ୍ରୁପ୍ କମ୍ପାନୀ ସହ ଜଡ଼ିତ ବିଭିନ୍ନ ଅଫିସ, ନିର୍ଦ୍ଦେଶକ, କର୍ମଚାରୀଙ୍କଠୁ ପ୍ରାୟ ୧୦୫କୋଟି ଟଙ୍କା ଦେଣନେଣ ସଂକ୍ରାନ୍ତ ଦସ୍ତାବିଜ ମିଳିଛି । ବୁଧବାର କମ୍ପାନୀର ଲ’ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କଠୁ ପ୍ରାୟ ୩୦କୋଟି ଟଙ୍କା ନଗଦ ଜବତ ହୋଇଥିବାବେଳେ ଗତକାଲି ଆୟକର ବିଭାଗ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏତେ ପରିମାଣର ନଗଦ ଅର୍ଥ ଓ ବେନାମୀ ସମ୍ପତ୍ତି ମିଳିଥିବା ଅଭିଯୋଗ ହେବାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସକ୍ରିୟ ହୋଇପଡ଼ିଛି ।

Advertisment

ଡିଏନ ଗ୍ରୁପ୍ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ମହଙ୍ଗା ହାଉସିଂ ପ୍ରୋଜେକ୍ଟ, ମଲ, ହୋଟେଲ ଆଦି ନିର୍ମାଣ ହେଉଥିବାବେଳେ ଏଥିରେ କିଛି ନେତା ଓ ପ୍ରଶାସକଙ୍କ ଅର୍ଥ ନିବେଶ ହୋଇଥିବାର ଅଭିଯୋଗ ହେଉଛି। ବିଶେଷକରି ୨୦୧୯ ମସିହା ପରଠୁ କିଛି ପ୍ରଶାସକଙ୍କ ସମେତ ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଏହି କମ୍ପାନୀରେ ଛଦ୍ମନାମରେ ପୁଞ୍ଜି ନିବେଶ କରିଥିବାର ଚର୍ଚ୍ଚା ଜୋର ଧରିଛି। ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଭାର ହାତକୁ ନେଉଥିବାରୁ ଏହି ନେତା ଓ ପ୍ରଶାସକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି। ତୃତୀୟ ଦିନରେ ବି ଚଢଉ ଜାରି ରହିଥିବା ବେଳେ ଡି.ଏନ. ଗ୍ରୁପ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

Bhubaneswar DN Group
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe