Advertisment

ଆମ୍ବ ବଗିଚାରୁ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା; ୨ ଯୁବକ ଗିରଫ

ଏକ ଆମ୍ବ ବଗିଚାରୁ ଦୁଇ ଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।

author-image
Debibandita Barick
Police

Police

ଉତ୍ତର ପ୍ରଦେଶ ଫାରୁକାବଦରେ ଦୁଇ ଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସ୍ଥାନୀୟ ଅଞ୍ଚଳର ଦୀପକ ଏବଂ ପବନଙ୍କୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଛି।

Advertisment

ଅଗଷ୍ଟ ୨୭ରେ ଏକ ଆମ୍ବ ବଗିଚାରୁ ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଉଭୟ ପୂର୍ବ ଦିନ ସନ୍ଧ୍ୟାରେ ଜନ୍ମାଷ୍ଟମୀ ଅବସରରେ ମନ୍ଦିରକୁ ଯାଇ ଘରକୁ ଫେରି ନଥିଲେ। ପର ଦିନ ସକାଳେ ସେମାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଥିବାବେଳେ ପୋଷ୍ଟମୋର୍ଟମ ରିପୋର୍ଟରେ ଆତ୍ମହତ୍ୟା ଦର୍ଶାଯାଇଛି।

ପୁଲିସ କହିଛି ଯେ, ଉଭୟ ନାବାଳିକା ସେମାନଙ୍କ ଓଢଣୀରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଡ୍ରେସ୍ ପକେଟରୁ ଏକ ସିମ୍ କାର୍ଡ ଏବଂ ଫୋନ୍ ଜବତ ହୋଇଥିଲା। ନାବାଳିକାଙ୍କ ବାପାମାନେ ସ୍ଥାନୀୟ ଅଞ୍ଚଳର ପବନ ଏବଂ ଦୀପକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ସେମାନେ ଦୁଇ ଝିଅଙ୍କୁ ରାସ୍ତାଘାଟରେ ହଇରାଣ କରୁଥିବା ଅଭିଯୋଗ କରିଥିଲେ।

Advertisment

ଏହି ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଉଭୟଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଗିରଫ କରାଯାଇଛି। 

ପୁଲିସ କହିଛି ଯେ, ମୃତ ନାବାଳିକା ଦ୍ୱୟ ସାଙ୍ଗ ଥିଲେ। ସେମାନେ  ମୋବାଇଲରେ ସିମ୍ ପକାଇ ଦୀପକ ଏବଂ ପବନଙ୍କ  ସହ କଥା ହୁଅନ୍ତି। କଥା ହେବା ପରେ କଲ୍ ଲଗ୍ ଡିଲିଟ୍ କରି ଦେବା ସହ ସିମ୍ ବାହାର କରି ରଖି ଦେଉଥିଲେ। ଏହି ଆଧାରରେ ଦୀପକ ଏବଂ ପବନଙ୍କୁ ଅଟକ ରଖି ପଚରା ଉଚରା କରାଯିବା ପରେ ଗିରଫ କରାଯାଇଛି।

କିନ୍ତୁ ସେମାନେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ସେ ସମ୍ପର୍କରେ ଜଣାପଡି ନାହିଁ। ବର୍ତ୍ତମାନ ତଦନ୍ତ ଚାଲିଛି, ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। 

Girl Suicide UP Police UP Suicide News