Advertisment

ସ୍ତ୍ରୀ ଓ ପୁତୁରାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କଲେ ବରିଷ୍ଠ ପୁଲିସ ଅଧିକାରୀ

ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ଏସିପି ଭରତ ଗାଏକ୍ୱାଡ଼ ପ୍ରଥମେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Late ACP Bharat and his wife

Late ACP Bharat and his wife

ମହାରାଷ୍ଟ୍ରରର ପୁନେରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ପତ୍ନୀ ଓ ପୁତୁରାଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ମୃତ ପୁଲିସ ଅଧିକାରୀଙ୍କ ନାଁ ଭରତ ଗାଏକ୍ୱାଡ଼ (୫୭)। ତାଙ୍କ ପତ୍ନୀଙ୍କ ନାଁ ମୋନି ଗାଏକ୍ୱାଡ଼ (୫୫) ଓ ପୁତୁରାଙ୍କ ନାଁ ଦୀପକ (୩୫)।

ଭରତ ଗାଏକ୍ୱାଡ଼ ଅମରାବତୀରେ ଆସିଷ୍ଟାଣ୍ଟ କମିଶନର ଅଫ୍ ପୁଲିସ (ଏସିପି) ଭାବେ କାର୍ଯ୍ୟ କରୁଥିଲେ। ସେ ଛୁଟି ନେଇ ପୁନେ ସ୍ଥିତ ନିଜ ଘରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି।

Advertisment

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ଏସିପି ଭରତ ଗାଏକ୍ୱାଡ଼ ପ୍ରଥମେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଗୁଳି ବାଜି ଥିଲା। ଗୁଳିମାଡ଼ ଶବ୍ଦ ଶୁଣି ତାଙ୍କ ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲିବା ମାତ୍ରେ ଭରତ ଗାଏକ୍ୱାଡ଼ ତାଙ୍କ ପୁତୁରାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ତାଙ୍କ ପୁତୁରାଙ୍କ ଛାତିରେ ବାଜିଥିଲା। ତା’ପରେ ଭରତ ଗାଏକ୍ୱାଡ଼ ନିଜ ମୁଣ୍ଡରେ ବନ୍ଧୁକ ରଖି ଗୁଳି କରି ଦେଇଥିବା ଅଭିଯୋଗ ହୋଇଛି। ତିନି ଜଣ ଯାକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ଏସିପି ଭରତ ଗାଏକ୍ୱାଡ଼ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଏହା ପୂର୍ବରୁ ଗତ ୭ ତାରିଖରେ ତାମିଲନାଡୁର କୋଏମ୍ବାଟୁର ରେଞ୍ଜର ଡିଆଇଜି ବିଜୟ କୁମାର ନିଜକୁ ଗୁଳି କରି ଦେଇଥିଲେ। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। 

Murder Suicide Police ACP