ବରୁହାଁ ହତ୍ୟା ମାମଲା: ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଜିଲ୍ଲା ସଦର ଥାନା ବରୁହାଁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମାମଲାରେ  ଅଭିଯୁକ୍ତ ଥିବା ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜଷ୍ଟିସ ରୋହିତଲାଲ୍ ପଣ୍ଡା ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ୧୫ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ପ୍ରକାଶ କରିଛନ୍ତି କୋର୍ଟ। ୨୦୧୨ ମାର୍ଚ୍ଚ ୪ ତାରିଖରେ ଏହି ହତ୍ୟାକାଣ୍ଡ ସଂଘଟିତ […]

jajpur

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 04:58 AM IST

ଯାଜପୁର: ଜିଲ୍ଲା ସଦର ଥାନା ବରୁହାଁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମାମଲାରେ  ଅଭିଯୁକ୍ତ ଥିବା ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜଷ୍ଟିସ ରୋହିତଲାଲ୍ ପଣ୍ଡା ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ୧୫ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ପ୍ରକାଶ କରିଛନ୍ତି କୋର୍ଟ। ୨୦୧୨ ମାର୍ଚ୍ଚ ୪ ତାରିଖରେ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମତାବାଦ ଗାଁର ଅକସର୍ ଅଲ୍ଲୀ ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା।

Related story