Advertisment

ଭରତପୁର ଥାନା କାଣ୍ଡ: ଆଜି ଗ୍ରାଉଣ୍ଡ ଜିରୋକୁ ଯିବ କ୍ରାଇମବ୍ରାଞ୍ଚ

ତଦନ୍ତକାରୀ ଟିମକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ  ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Tapaswini Nayak
Bharatpur police station

Bharatpur police station

ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍। ଭରତପୁର ଥାନା ଓ ପଥରଗାଡ଼ିଆ ଯିବ ଟିମ୍।

Advertisment

ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଝାମେଲା କରିଥିଲେ। ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ ସ୍ଥାନରେ ସେଦିନ କ’ଣ  ଘଟିଥିଲା, କେଉଁ ପରିସ୍ଥିତିରେ ଗଣ୍ଡଗୋଳ ହୋଇଥିଲା ? ଟିକିନିଖି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍।

ତଦନ୍ତକାରୀ ଟିମକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ  ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ  ଆର୍ମି ମେଜରଙ୍କ ବାନ୍ଧବୀଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। କମିଶନରେଟ୍ ପୁଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି।

Advertisment

ଗତ ୧୫ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ ରୋମିଓମାନେ ଦୁର୍ବ୍ୟବହାର କରିଥିବା ମେଜରଙ୍କ ବାନ୍ଧବୀ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ  ପୁଲିସ ମଧ୍ୟ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ଼ ହୋଇଥିଲା। ଏହି ମାମଲାରେ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  

Bhubaneswar Crime Branch Bharatpur Police Station