Advertisment

ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଜୟନାରାୟଣଙ୍କ ଆବେଦନକୁ ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ।

ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

Advertisment

ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟନାରାୟଣ। 

Advertisment

୨୦୨୩ ମସିହା ଫେବ୍ରୁଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜୟନାରାୟଣ ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ଦେଇଥିଲେ ଖୋଦ ମହିଳା ଆଇଆଇସି।

ଉକ୍ତ ମାମଲାରେ ହାଇକୋର୍ଟରେ ଜୟନାରାୟଣ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ସୁପ୍ରିମକୋର୍ଟ ମଧ୍ୟ ଜୟନାରାୟଣଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଏନେଇ ତାଙ୍କ ପ୍ରତିକ୍ରିୟା ମିଳିନାହିଁ।

Advertisment
Bjp Supreme Court Jayanarayan Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe