ଟଙ୍କା ନେଇ ଘର ଦେଲାନି; ପରେ ଫ୍ଲଟ୍‌ କରୁଛି ବ୍ରୋକର!

ଫଟୋ ଦେଖିବା ପରେ ଘର ଦେଖିବା ପାଇଁ ଲୋପିତା ଚାହିଁଥିଲେ। ହେଲେ ବ୍ରୋକର ବିଭିନ୍ନ ବାହାନା କରିଥିଲା। ପରେ ଏଗ୍ରୀମେଣ୍ଟ କଥା କହିଥିଲେ। ତାଙ୍କ କଥାରେ ବିଶ୍ୱସ କରି ଏଗ୍ରୀମେଣ୍ଟ କରିବା ପାଇଁ ରାଜି ହୋଇଥିଲେ ଲୋପିତା।

ଠକାମୀରେ ଶିକାର ହୋଇଥିବା ଯୁବତୀ

  • Published: Tuesday, 10 September 2024
  • , Updated: 10 September 2024, 04:53 PM IST

ଭଡ଼ା ଘର ଦେବ ବୋଲି କହି ଟଙ୍କା ଠକିନେଲା ବ୍ରୋକର। କିଛି ମାସ ପରେ ଫୋନ୍‌ କରି ଫ୍ଲଟ୍‌ କରୁଥିଲା। ଆଉ ମେସେଜ୍‌ କରି ଲେଖୁଥିଲା- ହାଏ... ଆପ୍‌ କୈସେ ହେଁ? କ୍ୟା କର ରହେହେଁ? ଆପ୍‌ କୋ ମିଲନା ଚାହାଁତି ହୁଁ....। ହେଲେ ଜାବବ ଦେଉନଥିଲେ ଠକାମୀରେ ଶିକାର ହୋଇଥିବା ଲୋପିତା ଦାସ। ରାଜଧାନୀ ‘ଭୁବନେଶ୍ୱରରେ ମେତିଛନ୍ତି ଦଲାଲ୍‌’ ସମ୍ପର୍କୀତ ଖବର ପ୍ରସାରଣ ପରେ ଆଜି ମୁହଁ ଖୋଲିଛନ୍ତି ଲୋପିତା।

ବାପା, ମାଆଙ୍କୁ ନେଇ ଲୋପିତା ଦାସଙ୍କର ଛୋଟ ପରିବାରଟିଏ। ଦୁଇରୁ ତିନି ମାସ ତଳେ ରାଜଧାନୀ ଭୁବନେଶ୍ୱରରେ ପେଟ୍‌ ଫ୍ରେଣ୍ଡଲି ଘରଟିଏ ଖୋଜୁଥିଲେ। ତେଣୁ ସେ ଆପ୍‌ର ସାହାରା ନେଇଥିଲେ। ଆପ୍‌ ସ୍କ୍ରଲ୍‌ କରୁ କରୁ ଗୋଟିଏ ଘର ପାଇଥିଲେ। ସେଥିରେ ଦିଆଯାଇଥିବା ମୋବାଇଲ୍‌ ନମ୍ୱରରେ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇଥିଲେ ଜଣେ ବ୍ୟକ୍ତି(ବ୍ରୋକର)। ସେ ଜଣେ ଘର ମାଲିକ ପରି କଥା ହୋଇଥିଲେ। ତେଣୁ ତାଙ୍କ ଉପରେ ବିଶ୍ୱାସ କରି ଘର ବିଷୟରେ କଥା ହୋଇଥିଲେ। ତା’ପରେ ବ୍ରୋକର ଜଣକ ଲୋପିତାଙ୍କ ପାଖକୁ ଘରର କିଛି ଭିଡିଓ ଓ ଫଟୋ ପଠାଇଥିଲେ।

ଫଟୋ ଦେଖିବା ପରେ ଘର ଦେଖିବା ପାଇଁ ଲୋପିତା ଚାହିଁଥିଲେ। ହେଲେ ବ୍ରୋକର ବିଭିନ୍ନ ବାହାନା କରିଥିଲା। ପରେ ଏଗ୍ରୀମେଣ୍ଟ କଥା କହିଥିଲେ। ତାଙ୍କ କଥାରେ ବିଶ୍ୱସ କରି ଏଗ୍ରୀମେଣ୍ଟ କରିବା ପାଇଁ ରାଜି ହୋଇଥିଲେ ଲୋପିତା। ପରବର୍ତ୍ତୀ ସମୟରେ ଆଡ୍‌ଭାନ୍ସ ଟଙ୍କା ଦେବାକୁ କହିଥିଲେ। ତାଙ୍କ କଥାରେ ରାଜି ହୋଇ ଲୋପିତା ଫୋନ୍‌ ପେ’ରେ ଟଙ୍କା ପଠାଇଥିଲେ। ଆଡ୍‌ଭାନ୍ସ ଟଙ୍କା ପାଇବା ପରେ ବ୍ରୋକର ମୋବାଇଲ୍‌ ବନ୍ଦ କରିଦେଇଛନ୍ତି। ଲୋପିତା ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିପାରୁନାହାନ୍ତି। ଠକାମୀରେ ଶିକାର ହୋଇଥିବା ଜାଣି ଚୁପ୍‌ ରହିଥିଲେ।

କିଛି ମାସ ବିତିଗଲା। ହଠାତ୍‌ ଲୋପିତାଙ୍କ ମୋବାଇଲ୍‌କୁ ବ୍ରୋକର ମେସେସ୍‌ ପଠାଇଥିଲା। ମୋବାଇଲ୍‌ରେ ବ୍ରୋକରଙ୍କ ନମ୍ୱର ସେଭ୍‌ ଥିବାରୁ ସବୁ ଜାଣିପାରୁଥିଲେ ଲୋପିତା। ମେସେଜ୍‌ରେ ବ୍ରୋକର ଲେଖିଥିଲା- ହାଏ... ଆପ୍‌ କାହାଁସେ ହୋ? କ୍ୟା କର ରହେହୋ? ଆପ୍‌ କୈସେ ହୋ? ହମ୍‌ ମିଲ୍‌ ସକ୍‌ତେ ହେଁ କ୍ୟା? ଏମିତି ମେସେଜ ପଠାଇବା ସହିତ ବାରମ୍ୱାର କଲ କରୁଥିଲେ। ଟଙ୍କା ନେଇ ଘର ଦେଲେନି, ତାର ଏତେ ସାହସ ସେ ଏବେ ଫ୍ଲଟ୍‌ କରିବାକୁ ଚେଷ୍ଟା କରୁଥିଲା ବୋଲି ଲୋପିତା କହିଛନ୍ତି। କିନ୍ତୁ ସେଥିପ୍ରତି ଧ୍ୟାନ ଦେଉନଥିଲି ବୋଲି ଲୋପିତା କହିଛନ୍ତି। ରାଜଧାନୀ ଘର ବ୍ରୋକରଙ୍କ ପାଇଁ ସରକାର କିଛି ଆଇନ୍‌ ଆଣିବା କଥା ବୋଲି ସେ କହିଛନ୍ତି।

 

Related story