Advertisment

ଶେଷଥର ପାଇଁ କାହା ସହିତ କଥା ହୋଇଥିଲେ ଶୁଭଲକ୍ଷ୍ମୀ?

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର ୫ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ସମ୍ପର୍କୀୟ ମାମୁ। ଭୁବନେଶ୍ୱରରେ ତାଙ୍କ ଘରେ ରହି କମଳା ନେହରୁ କଲେଜରେ ପାଠ ପଢ଼ୁଥିଲେ ଶୁଭଲକ୍ଷ୍ମୀ।

Subha Laxmi

Subha Laxmi

Advertisment

କଲେଜ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ୫ ଦିନ ବିତିଲାଣି। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା, ଜାଣିପାରୁନି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ସେପଟେ କମିଶନରେଟ୍‌ ପୁଲିସ ହାତରେ ଲାଗିଛି ମୃତ ଛାତ୍ରୀଙ୍କ ସିଡିଆର ରିପୋର୍ଟ। ଗତ ୨ ମାସର ଫୋନ୍‌ କଲ୍ ରେକର୍ଡ ପାଇଛି ପୁଲିସ୍‌। ଶେଷ କଲ୍ କାହାର? କାହାଠାରୁ ବେଶୀ କଲ୍‌ ଆସିଥିଲା, ତାହାର ତର୍ଜମା କରୁଛି।

Advertisment

ସେପଟେ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁର ୫ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ସମ୍ପର୍କୀୟ ମାମୁ। ଭୁବନେଶ୍ୱରରେ ତାଙ୍କ ଘରେ ରହି କମଳା ନେହରୁ କଲେଜରେ ପାଠ ପଢ଼ୁଥିଲେ ଶୁଭଲକ୍ଷ୍ମୀ। ଦୁଇ ବର୍ଷ ଧରି ଘରେ ଝିଅ ଭଳି ରହୁଥିଲା। ପାଠ ପଢ଼ାରୁ ସମୟ ପାଇଲେ ମଡେଲିଂ କରୁଥିଲେ। କିଛି ମାସ ହେବ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ଆସିଥିଲେ। ଆଉ ବାରରେ କାମ କରୁଥିଲେ। ଏକଥା ଜଣାପଡ଼ିବା ପରେ ଦୁଇ ମାସ ତଳେ ପରିବାର ଲୋକଙ୍କୁ ଜଣାଇଥିଲେ ସମ୍ପର୍କୀୟ ମାମୁ। ସେଥିପାଇଁ ସେ ତାଙ୍କୁ ଗାଁକୁ ପଠାଇ ଦେଇଥିଲେ। ତେବେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି ଉତ୍ତର ରଖିନାହାନ୍ତି ଶୁଭଲକ୍ଷ୍ମୀଙ୍କ ସମ୍ପର୍କୀୟ ମାମୁ।

ଭଦ୍ରକର ଝିଅ ଶୁଭଲକ୍ଷ୍ମୀ ସାହୁ। ଗତ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ ମିନିଟ୍‌ରେ ସେ କଟକ ରୋଡ୍‌ରେ ଥିବା ହୋଟେଲ ଦୀପାଲି ଇଣ୍ଟରନ୍ୟାସନାଲକୁ ଯାଇଥିଲେ। ୨୦୫ ନମ୍ବର ରୁମରେ ରହିଥିଲେ। ଶନିବାର ସକାଳେ ଓ ମଧ୍ୟାହ୍ନରେ କବାଟ ଖୋଲିନଥିଲେ ଶୁଭଲକ୍ଷ୍ମୀ। ହୋଟେଲ୍‌ କର୍ମଚାରୀଙ୍କ ମନରେ ସନ୍ଦେହ ବଢ଼ିବାରୁ ରୁମ କବାଟ ଭାଙ୍ଗିବାରୁ ଦେଖାଯାଇଥିଲା ତାଙ୍କର ଝୁଲନ୍ତା ମୃତଦେହ।

Advertisment

ଶୁଭଲକ୍ଷ୍ମୀଙ୍କର କେମିତି ହେଲା ମୃତ୍ୟୁ? ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ମଙ୍ଗଳବାର ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ଯେଉଁଥିରେ ଦର୍ଶାଯାଇଛି, ଶ୍ୱାସରୁଦ୍ଧରୁ ଶୁଭଲକ୍ଷ୍ମୀଙ୍କ ପ୍ରାଣହାନୀ ହୋଇଛି। ତେବେ ମୃତ୍ୟୁପୂର୍ବରୁ ସେ ନିଶାସକ୍ତ ଥିଲେ ନା ଏହା କୌଣସି ବିଷକ୍ରିୟାଜନିତ ମୃତ୍ୟୁ, ତାହା ଜାଣିବା ପାଇଁ ଫୋରେନସିକ୍ ଲ୍ୟାବକୁ ଭିସେରା ପଠାଯାଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ତେବେ ଏଠି ପ୍ରଶ୍ନ ଉଠୁଛି ଭୁବନେଶ୍ୱରରେ ରହୁଥିବା ଶୁଭଲକ୍ଷ୍ମୀ କାହିଁକି ଯାଇ ରହିଥିଲେ ହୋଟେଲ? ତାଙ୍କ ରୁମକୁ ଆଉ କିଏ ଯାଇଥିଲେ କି? ଯଦି ଏହା ଆତ୍ମହତ୍ୟା, ତେବେ ହୋଟେଲକୁ ଯାଇ ଆତ୍ମହତ୍ୟା କରିବାର ରହସ୍ୟ କ’ଣ ? ଆଉ ଯଦି ହତ୍ୟା, ତେବେ କିଏ ଓ କାହିଁକି କଲା ହତ୍ୟା? ତେଣେ ଶୁଭଲକ୍ଷ୍ମୀଙ୍କ ରହସ୍ୟଜନକ ମୃତ୍ୟୁକୁ ୫ ଦିନ ବିତିଯାଇଥିବା ବେଳେ ସଞ୍ଜୟ ନାମକ ଜଣେ ଯୁବକଙ୍କ ନାଁ ସାମ୍ନାକୁ ଆସିଛି। କୁହାଯାଉଛି, ସଞ୍ଜୟ ହେଉଛନ୍ତି ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ। ତାଙ୍କ ସହ ମଧ୍ୟ ଶୁଭଲକ୍ଷ୍ମୀ କିଛି ରିଲ୍ କରିଥିବା ଦେଖିବାକୁ ମିଳିଛି ସୋଶାଲ୍ ମିଡ଼ିଆରେ। ଏପରିକି ଶୁଭଲକ୍ଷ୍ମୀଙ୍କ ବାପା ମଧ୍ୟ ସଞ୍ଜୟଙ୍କ ନାଁ ନେଇଛନ୍ତି।

Bhubaneswar Bhubaneswar News Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe