/odisha-reporter/media/post_attachments/uploadimage/library/16_9/16_9_0/SUBHALAXMI_1691477929.jpg)
SUBHALAXMI
ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି। ଏହି ସମୟରେ ଆସିଛି ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ଜୀବନ ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ମୃତ୍ୟୁର ଅସଲି କାରଣ ଜାଣିବା ପାଇଁ ଭିସେରା ଫୋରେନସିକ ଲ୍ୟାବ୍କୁ ପଠାଯାଇଛି। ଘଟଣା ଦିନ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ କି ନା ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜାଣିବାକୁ ଫୋରେନସିକ ଲ୍ୟାବ୍କୁ ଭିସେରା ପଠାଯାଇଛି। ତେବେ ଭିସେରା ରିପୋର୍ଟ ଆସିଲେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ କିପରି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ମିଶାଇ ୧୦ରୁ ଅଧିକ ଲୋକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ପଚରାଉଚରା କରିଛି। ଏଥିସହ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କ ଡାକି ପଚରାଉଚରା କରିଥିବା ଜଣାପଡ଼ିଛି। ହେଲେ ପୁରୁଷ ବନ୍ଧୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଆଗରେ ମୁହଁ ଖୋଲିନାହାନ୍ତି। ୧୫ରୁ ୨୦ ଦିନ ତଳେ ପୁରୁଷ ବନ୍ଧୁଙ୍କ ସହ ଶୁଭଲକ୍ଷ୍ମୀଙ୍କର ବ୍ରେକଅପ୍ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ହୋଟେଲ ରୁମ ଭିତରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଶୁଭଲକ୍ଷ୍ମୀ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ରେ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ବର ରୁମ୍ ବୁକ୍ କରି ସେଠାରେ ବିଶ୍ରାମ ନେବାକୁ ଯାଇଥିଲେ। କିନ୍ତୁ ଶନିବାର ସକାଳେ କି ମଧ୍ୟାହ୍ନ ସମୟରେ କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଏହାପରେ ସେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଆସି ରୁମର କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଶୁଭଲକ୍ଷ୍ମୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। କିନ୍ତୁ ତାଙ୍କ ବାପା ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
