ରାଉରକେଲା: ଫେଡେରାଲ୍ ବ୍ୟାଙ୍କରେ ସାଢ଼େ ୪ କୋଟି ଟଙ୍କା ଠକେଇ ଘଟଣାରେ ପୂର୍ବତନ ମ୍ୟାନେଜରଙ୍କ ସମେତ ୮ ଗିରଫ

ରାଉରକେଲା: ରାଉରକେଲାରେ ବଡ଼ ଧରଣର ବ୍ୟାଙ୍କ ଠକେଇର ପର୍ଦାଫାଶ ହୋଇଛି। ପାନପୋଷ ରୋଡରେ ଥିବା ଫେଡେରାଲ୍ ବ୍ୟାଙ୍କରେ ହୋଇଥିବା ଏକ ଠକେଇ ମାମଲାରେ  ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ରଘୁନାଥପାଲି ପୋଲିସ। ସେମାନଙ୍କ ବିରୋଧରେ ସାଢେ ୪ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି।  ସମୁଦାୟ ୧୩ ଜଣ ଗ୍ରାହକ ସୁନା ବନ୍ଧକ ରଖି ଏହି ଟଙ୍କା ୠଣ ଆକାରରେ ନେଇଥିଲେ। ପରେ ସେମାନେ ଏହି ଅର୍ଥ ଫେରସ୍ତ କରି ନ […]

federal

Rakesh Mallick
  • Published: Wednesday, 14 October 2015
  • , Updated: 14 October 2015, 02:42 PM IST

ରାଉରକେଲା: ରାଉରକେଲାରେ ବଡ଼ ଧରଣର ବ୍ୟାଙ୍କ ଠକେଇର ପର୍ଦାଫାଶ ହୋଇଛି। ପାନପୋଷ ରୋଡରେ ଥିବା ଫେଡେରାଲ୍ ବ୍ୟାଙ୍କରେ ହୋଇଥିବା ଏକ ଠକେଇ ମାମଲାରେ  ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ରଘୁନାଥପାଲି ପୋଲିସ। ସେମାନଙ୍କ ବିରୋଧରେ ସାଢେ ୪ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି।  ସମୁଦାୟ ୧୩ ଜଣ ଗ୍ରାହକ ସୁନା ବନ୍ଧକ ରଖି ଏହି ଟଙ୍କା ୠଣ ଆକାରରେ ନେଇଥିଲେ। ପରେ ସେମାନେ ଏହି ଅର୍ଥ ଫେରସ୍ତ କରି ନ ଥିଲେ। ବ୍ୟାଙ୍କରେ ନୂତନ ମ୍ୟାନେଜର ଯୋଗ ଦେବା ପରେ ଏହି ୠଣ କାରବାର ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଜମା ଥିବା ସୁନା ଗହଣା ଯାଞ୍ଚ କଲାବେଳେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏହି ଠକେଇର ପୂର୍ବତନ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଥିଲା। ପରେ ବ୍ୟାଙ୍କ ପକ୍ଷରୁ ପୂର୍ବତନ ମ୍ୟାନେଜରଙ୍କୁ ନିଲମ୍ୱିତ କରାଯିବା ସହ ଥାନାରେ ଏତଲା ଦିଆଯାଇଥିଲା।

Related story